STORYMIRROR

Pramila Mohanty

Inspirational

2  

Pramila Mohanty

Inspirational

ବଗ କରିଛି କାର୍ତ୍ତିକ ମାସ

ବଗ କରିଛି କାର୍ତ୍ତିକ ମାସ

1 min
191


କାର୍ତ୍ତିକ ମାସେ ପଞ୍ଚୁକ

ପାଞଦିନ ବଗ ବଗୁଲି

ଛାଢନ୍ତି ଆମିଷ ଛୁଇଁ ନଥାନ୍ତି

ମାଛ ,ମନରେ ଥାଏ ଭକ୍ତିଭାବ

କାତରେ ଚାହିଁବସନ୍ତି ଲୋଭିବେ

ରାଇ ଦାମୋଦରଙ୍କ ସାନିଧ୍ୟ

ପୂଜା ପାଆନ୍ତି ଚଉଁରା ମୂଳେ

ପାଇଥାନ୍ତି ପୂଜା ସବୁ ଦେବ     

ଗଣଙ୍କ ସଙ୍ଗେ ଅଙ୍କାହୁଏ

ପଞ୍ଚୁବର୍ଣ୍ଣି ମୁରୁଜେ ତାଙ୍କରି ଚିତ୍ର

ଢଳା ଯାଏ ତାଙ୍କରି ଉପରେ

ପୁଷ୍ପ କରନ୍ତି ନି କେହି ଆମିଷ

ଭକ୍ଷ ବଗ ବଗୁଲି ଅର୍ଜିଥାନ୍ତି ପୂଣ୍ୟ 

ପ୍ରଭୁ ରାଇଦାମୋଦର କରନ୍ତି

କୃପା ହୁଅନ୍ତି ଜଗତେ ପ୍ରସିଦ୍ଧ

ଲୋଭି ଦାମୋଦରଙ୍କ ଆଶୀର୍ବାଦ

ଅଇଁଠା କରେନି ବଗ ମୁଖକୁ

ତାର ,ଛକି ବସେ ନାହିଁ ଆଉ

  ବିଲ ହୁଡାରେ

ଖେଳନ୍ତି ମାଛ ଗାଡିଆରେ

ବଗକୁ ଦେଖି ଲାଗେନା ଡ଼ର

ଲାଗେ ସତେ ଅଟେ ଏହା

ବିଧାତାଙ୍କ ଉତ୍ତମ ବିଚାର

ଖୁସି ମନେ ବଗ ମନାଏ

କାର୍ତ୍ତିକ ମାସ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational