Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pranati Panda

Classics

4  

Pranati Panda

Classics

ବେତାର ଯନ୍ତ୍ର

ବେତାର ଯନ୍ତ୍ର

1 min
358



ଆଜି ସିନା ନାହିଁ ବେତାର ଯନ୍ତ୍ରର

          ଆଗ ଭଳି ଆଦରତା,

ଦିନ ଥିଲା କିନ୍ତୁ ଘରେ ଘରେ ଥିଲା

          ରେଡ଼ିଓର ସ୍ୱତନ୍ତ୍ରତା ।


ମନୋରଞ୍ଜନର ପ୍ରଥମ ମାଧ୍ୟମ

          ଥିଲା'ତ ଏହି ଯନ୍ତ୍ରଟା,

ଉପାଦେୟ ବାର୍ତ୍ତା ସଠିକ୍ ସମୟେ

          ପ୍ରଯୁଜ୍ୟ ମିଳେ ଯେଉଁଟା ।


ପାଣିପାଗ ପୁର୍ବ ସତର୍କ ସୂଚନା

           ମିଳେ ଉଚିତ୍ ବେଳରେ,

ଗୀତ ଠାରୁ ନେଇ ଗୀତିନାଟ୍ୟ ଯାଏଁ

        ଭଲ ଲାଗେ ସେ' ସମୟରେ ।


ଦେଶ ବିଦେଶର ଗୁରୁତ୍ଵ ସୂଚନା

           ରେଡିଓରୁ ମିଳୁଥିଲା,

କୃଷି ଠାରୁ ନେଇ ଯୁଦ୍ଧକ୍ଷେତ୍ର ଯାଏଁ

            ଖବର'ତ ଦେଉଥିଲା ।


ଶିଶୁ ଓ କିଶୋର ଯୁବା ଠାରୁ ବୃଦ୍ଧ 

           ସଭିଙ୍କ ପ୍ରିୟ ବେତାର,

ସମୟ ସହିତ ବଦଳି ଯାଇଛି

           ଆଜି ହୋଇଛି ବେକାର ।


       


Rate this content
Log in

Similar oriya poem from Classics