STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ବେସୁରା ଗୀତି

ବେସୁରା ଗୀତି

1 min
182

ବର୍ଷା ଗୋ ତୁମ କଳା ଘୁମର ବେଣିରେ

କଇଁ ର ଗଜରା ହାର

ଲୁହ ଆଉ ଲହୁ ଗଡ଼ାଇ କଇଁଟା

ପଡୁଅଛି ଝର ଝର

ସମସ୍ତେ କୁହନ୍ତି ବର୍ଷା ଟୋପାଏ ପଡ଼ିଲେ

ମନେ ବହେ ପ୍ରୀତି ଝର

ନୀଳ କଇଁ ପରା ଚନ୍ଦ୍ରଙ୍କୁ ନଦେଖି

କାନ୍ଦୁଅଛି ହୋଇ ଅଧିର

ବର୍ଷା ସବାରୀରେ ମେଘର ଛିଟା

କଇଁ ଲୁହେ ଝରେ ଝର

କଇଁ ଟା ଉଦାସୀ ମନ ତା ପିଆସୀ

ବର୍ଷା ସାଥେ ଆଜି କାନ୍ଦୁଛି ବସି

ବରଷା ମନରେ ଝଡ ପ୍ରବେଶି

କହେ ନୀଳକଇଁ ଦେ ତୁ ହସି

ନୀଳକଇଁ ଆଉ ବରଷା ମିଶି

ଲୁହ ଢ଼ାଳି ଦିଅନ୍ତି ଧରଣୀ ଉଶ୍ୱାସୀ

କଇଁ ଆଉ ବର୍ଷା ଧରଣୀ ବକ୍ଷରେ 

ଗଜରା ଖୋସି, ବରଷା ବର୍ଷରେ

ଫୁଲେ ଫଗୁଣ ଦିଅନ୍ତି ବରଷି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract