STORYMIRROR

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୩୪

ବେସୁରା ଗୀତି-୭୩୪

1 min
13.7K


ସବୁ ତୁଳନାରେ ଅତୁଳନୀୟା ତୁ

ବର୍ଷା ଲୋ ନିରିମାଖି

ସବୁ ଉପମାରେ ଅନୁପମା ତୁହି

ଦେଖିଛି ଯାହା ମୋ ଆଖି ॥

ଅମାନିଆଁ ପଣ ତୋହର କାହିଁକି

କରେ ମୋତେ ଆନମନା

ତୋ ଅବୁଝା ପଣେ ବାନ୍ଧିଛୁ ମୋତେ ଲୋ

ମୁକୁଳି ପାରୁନି ଜମା ॥

ଥିରି ଥିରି ହୋଇ ଆସୁ ଯେତେବେଳେ

ଚହଲାଇ ଦେଉ ମନ

ଘଡଘଡି ଶବ୍ଦେ ଆସୁ ଯେତେବେଳେ

ଥରିଯାଏ ଶିରାବଣ ॥

ତୋ ଆଖିରେ ଯେବେ ଚମକେ ବିଜୁଳି

ହଜିଯାଏ ମନ ମୋର

ଘୋର ରଡି ଛାଡି ବର୍ଷିଯାଉ ଯେବେ

ଘୋଟିଯାଏ ଅନ୍ଧକାର  ॥

ଥିରି ଥିରି ପାଦେ ଆ ଲୋ ବରଷା

ଛୁଇଁଦେ ସଭିଙ୍କ ପ୍ରାଣ

ତୋ ଛୁଆଁରେ ହସୁ ଏ ସାରା ଦୁନିଆ

ହସୁ ମୋର ଦେହ ମନ ॥



Rate this content
Log in

Similar oriya poem from Romance