STORYMIRROR

Mr.GAGAN BIHARI NAYAK

Romance

3  

Mr.GAGAN BIHARI NAYAK

Romance

ବେଶି ମନେ ପଡ

ବେଶି ମନେ ପଡ

1 min
212

ତମେ...

ପାହାନ୍ତିଆ ନିଦ ଭାଙ୍ଗିଗଲା ପରେ ।

ତମେ ଭାରି ମନେ ପଡ।

ଉଠିବାକୁ କେବେ ଇଚ୍ଛା ହୁଏ ନାହିଁ।

ମିଛେ ହୁଏ ଗଡପଡ।୦।


ବହଳ ନିଦରେ ଗହଳ ସପନ ।

ସଅଳ ଆସିଲ ନାହିଁ ।

ରାତି ସରିଗଲା କେମିତି ଜାଣିନି।

ସପନରେ ଚାହିଁ ଚାହିଁ।

ମନ ଜଉଘରେ ନିଆଁ ଲାଗିଯାଏ ।

ହେଲେ ମୋ'ଠାରୁ ଦୂର (୧)


ରାତିକୁ କରିଛି ସାଥୀ ତୁମ ବିନା ।

ଫେନିଳ ସୁରାର ଗନ୍ଧେ ।

ସାଥୀ ବଦଳରେ ସାକୀକୁ ଧରି ମୁଁ।

ଚାଲିଛି ଦୁନିଆଁ ଦାଣ୍ଡେ ।

ମଧୁଶାଳା ଏବେ ମୂକ ପାଲଟିଛି ।

ସାକ୍ଷୀ ପାଲଟିଛି ଜଡ (୨)



Rate this content
Log in

Similar oriya poem from Romance