ବେରଙ୍ଗ
ବେରଙ୍ଗ
ସକାଳ ଖରା
ସନ୍ଧ୍ୟା ତରା
ରାତିର ରଙ୍ଗ ମାଖି ।
ପ୍ରେମର ରଙ୍ଗ
ଉକୁଟି ଉଠେ
ପିଲାଦିନ ଟା ସାକ୍ଷୀ ।
ସମୟ ଦେଲା
ରଙ୍ଗ ଛଡେଇ
ଉଡ଼ି ଗଲୁ ତୁ ଧିରେ ।
ବେରଙ୍ଗ ହେଲା
ଜୀବନ ସାରା
ବୁଡ଼ି ଧଳା ରଙ୍ଗରେ ।
ପ୍ରେମର ରଙ୍ଗ
ସବୁଜ କେବେ
କେବେ ସଫା ସୁନେଲି ।
ଥିବାରୁ ତୋର
ପ୍ରେମର ଡୋର
ସବୁଥିଲା ତ ହୋଲି ।
ରଙ୍ଗ ଭୁଲିଲୁ
ହଳଦୀ ରଙ୍ଗ
ଦେହେ ମାଖିଲୁ ।
ଚାଲିଗଲୁ ତୁ
ଅଫେରା ଦେଶେ
ବେରଙ୍ଗ କରିଦେଲୁ ।
