STORYMIRROR

ଲିମନ ଦିଦି

Abstract

4  

ଲିମନ ଦିଦି

Abstract

ବେନାମୀ ବଦନାମ୍

ବେନାମୀ ବଦନାମ୍

1 min
386

ସ୍ବାମୀ ବିଦେଶରେ ଥିଲା ବେଳେ

ଥରେ ଦିଅର ସହ ବଜାର ଯାଅ;

ସ୍ତ୍ରୀ ଲୋକଙ୍କ ଆଖିରେ ଥିବ

ବେନାମୀ ବଦନାମ୍ ।


ଥରେ ଖାଲି ରାସ୍ତା ଉପରେ

ଫୋନର ହସି କଥା ହୁଅ

ଚୁଲି ଘରୁ ଧିର ସ୍ବରରେ ଶୁଣାଯିବ

ବେନାମୀ ବଦନାମ୍ ।


କାର୍ଯ୍ୟ ବ୍ୟସ୍ତତା ଭିତରେ

କାନିଟା ଟିକେ ତଳକୁ ଖସିଯାଉ

ରାସ୍ତାର ପବନରେ ଭାସୁଥିବ

ବେନାମୀ ବଦନାମ୍ ।


ଗୋଟେ ପୁଅ ଗୋଟେ ଝିଅ

ଥରେ ଚଳିବ; ଦି'ଥର ଚଳିଯିବ

ତିନି ଥର କଥା ହେଲାବେଳକୁ

ଗାଁ ଗାଁ ଚହଳ ପଡିଯାଇଥିବ

ବେନାମୀ ବଦନାମ୍ ।


ତୁଣ୍ଡ ବାଇଦ ସହସ୍ର କୋଶ

ତିଳକୁ ତାଳ କରେ ଅବଶ୍ୟ

ଦେଖି ଚାହିଁ କର କାନ ପ୍ରବେଶ

ନହେଲେ ଫାଙ୍କା ଆବାଜରେ ଭରିଥିବ

ବେନାମୀ ବଦନାମ୍ ।।            


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract