Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଲିମନ ଦିଦି

Abstract

4  

ଲିମନ ଦିଦି

Abstract

ବେନାମୀ ବଦନାମ୍

ବେନାମୀ ବଦନାମ୍

1 min
386


ସ୍ବାମୀ ବିଦେଶରେ ଥିଲା ବେଳେ

ଥରେ ଦିଅର ସହ ବଜାର ଯାଅ;

ସ୍ତ୍ରୀ ଲୋକଙ୍କ ଆଖିରେ ଥିବ

ବେନାମୀ ବଦନାମ୍ ।


ଥରେ ଖାଲି ରାସ୍ତା ଉପରେ

ଫୋନର ହସି କଥା ହୁଅ

ଚୁଲି ଘରୁ ଧିର ସ୍ବରରେ ଶୁଣାଯିବ

ବେନାମୀ ବଦନାମ୍ ।


କାର୍ଯ୍ୟ ବ୍ୟସ୍ତତା ଭିତରେ

କାନିଟା ଟିକେ ତଳକୁ ଖସିଯାଉ

ରାସ୍ତାର ପବନରେ ଭାସୁଥିବ

ବେନାମୀ ବଦନାମ୍ ।


ଗୋଟେ ପୁଅ ଗୋଟେ ଝିଅ

ଥରେ ଚଳିବ; ଦି'ଥର ଚଳିଯିବ

ତିନି ଥର କଥା ହେଲାବେଳକୁ

ଗାଁ ଗାଁ ଚହଳ ପଡିଯାଇଥିବ

ବେନାମୀ ବଦନାମ୍ ।


ତୁଣ୍ଡ ବାଇଦ ସହସ୍ର କୋଶ

ତିଳକୁ ତାଳ କରେ ଅବଶ୍ୟ

ଦେଖି ଚାହିଁ କର କାନ ପ୍ରବେଶ

ନହେଲେ ଫାଙ୍କା ଆବାଜରେ ଭରିଥିବ

ବେନାମୀ ବଦନାମ୍ ।।            


Rate this content
Log in

Similar oriya poem from Abstract