STORYMIRROR

Pranati Panda

Tragedy Others

3  

Pranati Panda

Tragedy Others

ବେଳେ ବେଳେ ପୁଣି କେତେବେଳେ

ବେଳେ ବେଳେ ପୁଣି କେତେବେଳେ

1 min
237


ବେଳେ ବେଳେ,

ଜୀବନର କେଉଁ ଦୋଛକି ରାସ୍ତାରେ

ଇଚ୍ଛା ସବୁ ମରିଯାଏ ,

ସୁଖ, ଦୁଃଖ ସବୁ ଏକା ପରି ଲାଗେ

ସ୍ବପ୍ନ ସବୁ ସରିଯାଏ ।

ବେଳେ ବେଳେ ,


ବାଟବଣା ହୋଇ ବିଶ୍ଵାସର ଡୋର

ଧୀରେ ଢିଲା ହୋଇଯାଏ ,

କେଜାଣି କାହିଁକି ପୂର୍ବ ବିଶ୍ଵାସରେ

ବଞ୍ଚିବା ସ୍ଵାଦ ନଥାଏ ।

ବେଳେ ବେଳେ,


ସମୟ ବଦଳେ ପ୍ରତି ମୁହୂର୍ତ୍ତରେ

ବଦଳୁଛି ବଦଳିବ ,

ଦୁଇ ଦିନ ଏହି ମିଛ ଦୁନିଆଁରେ

ଆଶା ହିଁ ସମ୍ବଳ ହେବ ।

ବେଳେ ବେଳେ,


ଖର୍ଚ୍ଚ କରିବାକୁ ପୂର୍ବ ସମୟଟା

ଆଉ ଫେରି ନଆସିବ ,

ସ୍ବାଗତ କି' ଆଉ ପ୍ରସ୍ତୁତି ପାଇଁଁକା

 ସମୟ ପାଶେ ନ ଥିବ।

ବେଳେ ବେଳେ,


ଶୁନଶାନ୍ କେଉଁ ଦୋଛକି ରାସ୍ତାରେ

ଅପେକ୍ଷାର ଅନ୍ତ ହେବ ,

ଶ୍ମଶାନ ଜୁଇରେ ଛଅ ଖଣ୍ଡ କାଠ

ଦିକି , ଦିକି ଜଳୁଥିବ ।

ବେଳେ ବେଳେ ,

ପୁଣି କେତେ ବେଳେ ?


    


Rate this content
Log in

Similar oriya poem from Tragedy