STORYMIRROR

Maheswar sahoo

Inspirational

3  

Maheswar sahoo

Inspirational

ବେକାରିଆ ହେବା ନାହିଁ

ବେକାରିଆ ହେବା ନାହିଁ

1 min
118

ଧର୍ଯ୍ୟ ନ ହରାଇ ଭାଇ ଭଉଣୀଏ

   ଲକ୍ଷ୍ୟରେ ଆଗେଇ ଚାଲ.

ଭାବନାହିଁ କେବେ ନିଜକୁ ଦୁର୍ବଳ 

   କର କିଛି ଯାହା ଭଲ..

ଦୁଃଖତ ଆସିବ ସୁଖ ଦେବା ପାଇଁ 

    ଦୁନିଆର ଏହି ନୀତି.

ହାରିବା ଲୋକର ଜୟ ହୋଇ ଥାଏ

   କରିଲେ ଉଦୁଯୋଗ ରୀତି..

ସରକାରୀ ଚାକିରୀ ପଛରେ ଗୋଡେଇ

    ହୁଅନ୍ତି ଯୁବକ ବେକାର.

ଆମେ ଭାଇ କେବେ ଦୁନିଆ ଆଗରେ

   ହେବା ନାହିଁ ହତା ଦର..

ବାପା ମାଆ ଆମ କେତେ ସରାଗରେ 

    ରଖିଥାନ୍ତି କେତେ ଆଶା.

ପୁଅମୋର ଦିନେ ରୋଜଗାର କରି 

   କରିବ ଆମର ଶୁଶ୍ରୁଷା..

ଛୋଟ ଦୋକାନୀରୁ ବେଉଷା ବଢିବ

   ହେବ ଦିନେ କୋଟି ପତି.

ଲୋକେତ କହିବେ ନାନା ବିଧ ସବୁ

    ଇଏ ତ ଦୁନିଆ ନୀତି..

ପାଠୁଆ ବେପାର ପୁରା ଚିକଣିଆ 

    ନିଜେ ମାଲିକାନା କର.

ଛୋଟ ବେପାରକୁ ନିନ୍ଦ ନାହିଁ ବନ୍ଧୁ 

    ବଢ଼ିବ ଥିଲେ ସତ୍ୟର..

ଆମ ଓଡ଼ିଶାରେ ସବୁ କିଛି ଅଛି 

   କରିଲେ ସିନା ପାଇବା.

ଲାଜ ସରମକୁ ପକାଇ ପଛରେ

  ଧର୍ଯ୍ୟରେ ଆଗକୁ ବଢିବା..

ଚାକିରୀ ନପାଇ ନିରାଶ ହୋଇଣ

  ଯାଅନାହିଁ ଜମା ବିଦେଶ.

ଆମେ ଓଡ଼ିଆ ଭାଇ ବଡ ସ୍ଵାଭିମାନ

  ରଖିବା ବାପାଙ୍କ ବିଶ୍ଵାସ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational