STORYMIRROR

Sumitra Nayak

Classics Inspirational Thriller

3  

Sumitra Nayak

Classics Inspirational Thriller

ବେଗେ ଚଳ ସଖୀ

ବେଗେ ଚଳ ସଖୀ

1 min
394

ବେଗେ ବେଗେ ଚଳ ଆଗୋ ସଖୀ

କାଳିଆ ସାଆନ୍ତ ସେବେ ହୃଦ ପ୍ରାଣ ଉତ୍ସର୍ଗୀ। 


ଥାଳେ ଧୂପ ଦୀପ ଫୁଲ ଚନ୍ଦନ ନୈବେଦ୍ୟ

କର ଯୋଡି ଭଜ ହୃଦ ମନ୍ଦିରେ ସଦେୟ। 


ଦୁଃଖ କ୍ଲେଶ ଭଞ୍ଜନ ଦିନ ଦରିଦ୍ର ବନ୍ଧୁ

ସୁଖ ଦାତା ଶାନ୍ତି ଦାତା କରୁଣାର ସିନ୍ଧୁ। 


ବିଶାଳ ହୃଦୟ ତୁମ ମୋ ଚକା ନୟନ

ମୋ ପ୍ରାଣ ତ୍ରାଣ ବନ୍ଧୁ ମୋ ଚକା ନୟନ। 


ବସି ପଦ୍ମ ସିଂହାସନେ ଚଳାଅ ଜଗତ

ଶଙ୍ଖ ଚକ୍ର ଗଦା ପଦ୍ମେ ଅପରୂପ ସମ୍ଭୂତ। 


ବେଗେ ବେଗେ ଚଳ ଆଗୋ ମୋର ସଖୀ

କାଳିଆ ସାଆନ୍ତ ସେବେ ହୃଦ ପ୍ରାଣ ଉତ୍ସର୍ଗୀ। 


ନେତ୍ର ନିରେଖିବ ଯେ ତୁମ ଦିବ୍ୟ କାୟା

ମୋର ସଖୀ ଆଗୋ ଭଜ ହୃଦେ ରଖି ମାୟା। 


ପ୍ରିୟ ମୋର ନଟ ଖଟ ମନୋହର କାଳିଆ

ନିତ୍ୟ ହୃଦୟେ ମୋର କାଳିଆ ର ପ୍ରତି ଛାୟା। 


ନାଚି ନାଚି ଯାଏ ତନୁ ମନ ରେ ମୁଁ ଭଜି

ତୁମେ ଭଜ ମୋର ସଙ୍ଗେ ମୋ ସଙ୍ଗେ ନାଚି। 


ତୁମ ଦରଶନେ ପ୍ରଭୁ ମନ ପବିତ୍ର ପବିତ୍ର

ତୁମ ଛବି ନାଚେ ନେତ୍ରେ ସର୍ବତ୍ର ସର୍ବତ୍ର। 


ବେଗେ ବେଗେ ଚଳ ଆଗୋ ମୋର ସଖୀ

କାଳିଆ ସାଆନ୍ତ ସେବେ ହୃଦ ପ୍ରାଣ ଉତ୍ସର୍ଗୀ।


Rate this content
Log in

Similar oriya poem from Classics