STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବଦନାମ ଗଳି

ବଦନାମ ଗଳି

1 min
147

ବଦନାମ ଗଳି ବୋଲି କିଛି ନାହିଁ 

ଏ ମଣିଷ କହୁଛି ଏମିତି ନିଜ ଅବିବେକତା ପାଇଁ 

ମଣିଷ ମନରେ ପରସ୍ତ ପରସ୍ତ ଅନ୍ଧାର ଆସ୍ତରଣ ହୋଇ 

ଜମିଯାଏ ଗୋଟେ ନିର୍ଦ୍ଦିଷ୍ଟ ଗଳିରେ ସମାଜର ଅସୁରକ୍ଷିତ ଜାଗା କହି 

ପେଟପାଟଣା ପାଇଁ କେବେ ଭୋକର ଦାଉ ନସହି 

କେବେ କର୍ମର ଦ୍ୱାହି ଦେଇ ଅବା କେବେ କର୍ମକୋଢିଆ ସାଜିଥାଇ 

ଚୋରୀ ଡକାୟତି ଲୁଣ୍ଠନ ଓ ଅନ୍ଧାରୀ ପାପ କର୍ମ ନେଇ 

ବିଚରା ନିର୍ମଳ ଗଳିଟା ପାପର ସଂଜ୍ଞା ମୁଣ୍ଡରେ ମୁଣ୍ଡାଇ 

ବୋହୁଥାଏ କେତେ ଦୁର୍ନାମର ବାଟ ଚାଲୁ ଚାଲୁ ଏ ମହୀ 

ଆଉ କେବେ କେବେ ମଣିଷର କିଛି ଦୋଷ ନଥାଇ 

ଗଳିଟା କାହିଁକି ବଦନାମ ହୁଏ ବୋଧହୁଏ ଦାରିଦ୍ର୍ୟ ବିଶ୍ଲେଷଣ ପାଇଁ 

ମତେ କିନ୍ତୁ ଲାଗେ ମଣିଷ ମନତଳ ଅସ୍ୱଚ୍ଛତା ପାଇଁ 

ଭଗବାନଙ୍କ ସୃଷ୍ଟିରେ କାହାକୁ କୋଉ କର୍ମ ମିଳିବ ସେଥିପାଇଁ 

ସଚେତନ ସର୍ବେ ଯିବା ହୋଇ ଭାଇଚାରା ଭିତରେ ସ୍ନେହ ପ୍ରେମ ଦେଇନେଇ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational