STORYMIRROR

DHARITRI SAHU

Crime

4  

DHARITRI SAHU

Crime

ବଦନାମ ଗଳି"

ବଦନାମ ଗଳି"

1 min
321

ବଦନାମ ଗଳି କେହି ବାଛେ ନାହିଁ

ସମୟ ତ ନେଇ ଯାଏ,

ଯିଏ ଥରେ ଯାଏ ବଦନାମ ତାର

ପଛେ ପଛେ ଛାଇ ହୁଏ।


କହି ହୁଏ ନାହିଁ ସହି ହୁଏ ନାହିଁ

ଦୁଃଖ ଏମିତି କା ଥାଏ,

କାହା ଅବହେଳା କାହିଁକି ବା ହେଲା

ଉତ୍ତର ବା କିଏ ଦିଏ।


ପରିସ୍ଥିତି ର ତ ଦାସ ସବୁ ଏଠି

ଲୋଭ କେବେ ଗ୍ରାସ କରେ,

ଦୁଇ ପରକାରେ ବଦନାମି ହୋନ୍ତି

ଦୋଷୀ ନିର୍ଦ୍ଧୋଷୀ କେ ବାରେ।


ଭଗବାନ ସବୁ ହିସାବ ରଖନ୍ତି

କିଏ କଳା କିଏ ଧଳା,

ମୋ ମତ ରେ ବଦନାମି ସେହି ଅଟେ

ସୁଖରେ ଯେ ଭୁଲ୍ କଲା।


ଦେହ ବ୍ୟବସାୟି ଠାରୁ ବଡ଼ ଦୋଷୀ

ଶୋଷି ବାକୁ ଯିଏ ଯାଏ,

ଅନ୍ଧାରେ ଅନ୍ଧାରେ ଲେଉଟିଣ ଆସେ

ତାର ରାତି ନାହିଁ ପାଏ।


ଅବସ୍ଥା ଚକ୍ରରେ ପଡ଼ି ଯିଏ ରହେ

ବଦନାମ ଗଳି ଖ୍ୟାତ,

ଲାଞ୍ଚ ଖାଏ ଯିଏ କୋଟି କୋଟି ଟଙ୍କା

ଘର ଗାଡ଼ି ଲୁଟେ ଦେଶ।


ଯେଉଁ ଚିହ୍ନ ବଦନାମ ଗଳି ପାଶେ

ଲୁଟେରା ଘରେ ବି ଲାଗୁ,

ଆତତାୟୀ ଠାରୁ କେଉଁ ଗୁଣେ କମ୍

ବଦନାମୀ ବୋଲି ଭୋଗୁ।


ଆଉ କିଛି ଛନ୍ତି ପଇସାର ବଳେ

କଳା କୁ କରନ୍ତି ଧଳା,

ମଦ ,ମାଂସ,ନାରୀ ତିନୋଟି ଯେ ସାଥି

ଦିନରେ ଧୋବ ଧୋବଳା।


କ୍ଷମତା ର ବଳେ ଶହ ଶହ ଝିଅ 

ପଠାନ୍ତି ଗଳିକୁ ନିତି,

ତାଙ୍କର ସେ କର୍ମ ଲୁଚା ହୋଇ ରହେ

ସମାଜେ ସାଧୁ ବୋଲାନ୍ତି।


ଏମାନଙ୍କୁ ସବୁ ଏକାଠି କରିଣ

ବଦନାମ ଗଳି ନୂଆ,

ଗଢି ପାରିଲେ ତ ଦେଶ ସୁଧରନ୍ତା

ଶାନ୍ତି ସୁଖ ହୋନ୍ତା ଥୁଆ।


Rate this content
Log in

Similar oriya poem from Crime