Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Tragedy Crime Others

4  

Bharatabandhu Biswal

Tragedy Crime Others

ଲାଗେ ନାହିଁ ଭଲ

ଲାଗେ ନାହିଁ ଭଲ

1 min
555



ଲାଗେ ନାହିଁ ଭଲ   ଆଜିକାଲି ଗତି

    ଆଧୁନିକ ରୀତିନୀତି

ସୁସମୃଦ୍ଧ ଆମ    ସମାଜ ସ°ହତି

     ଅବକ୍ଷୟ ଅଧୋଗତି ।


ଆମେ ସ°ସ୍କାରକୁ  ଦେଉଛୁ ପାଶୋରି

      ମାନୁନାହିଁ ବଡ଼ସାନ

ଫଟା ଜିନ୍ସ ପିନ୍ଧି   ଦେଖାଉ ଶରୀର

     ସୈ।ଷ୍ଠବତା ଅର୍ଦ୍ଧନଗ୍ନ ।


ମାନୁ ନାହୁଁ କିଛି   ସ୍ଥାନ କାଳ ପାତ୍ର

     ଉଛୁଳି ପଡୁଛି ପ୍ରେମ

ବୁଲୁ ଉତ୍ସୃଙ୍ଖଳ   ଲାଗି ଘଷି ହୋଇ

     ଶସ୍ତା ବି ମୁଖ ଚୁମ୍ବନ ।


ବିବାହ ବନ୍ଧନ    ଜୀବନ ସମ୍ବନ୍ଧ

     ହେଉଛି କଟୁ ବିଷାକ୍ତ

ଉଗ୍ର ଆଧୁନିକ  ଅପସ°ସ୍କାରରେ

     ନଷ୍ଟଗତି ପଥଭ୍ରଷ୍ଟ ।


ଜୀବନ ସର୍ବସ୍ୱ  ନୁହେଁ ଦେହସୁଖ

     ଦୁର୍ଭାବନା ମତିଭ୍ରମ

ଟାଣି ନେଉଅଛି   ଅନ୍ଧାର ଗହ୍ୱରେ

     ସ°ସାରଟା ନର୍କସମ ।


ନିର୍ଲଜ ଉଦ୍ଦଣ୍ଡ   ଫୁଙ୍ଗୁଳା ପେରମ

     ଏତେ ଯଦି ଆକର୍ଷଣ

ମାନବ କି ତେବେ  ରାସ୍ତା କଡ଼ ପଶୁ

      କୁକୁର ସହ ସମାନ ।


ବୃଦ୍ଧ ମାତାପିତା    ଆତ୍ମିୟ ସ୍ୱଜନ

    ହେଉଛନ୍ତି କୋଣଠେସା

ଜରା ନିବାସରେ   କାଟୁଛନ୍ତି ଦିନ

    ଭୋଗନ୍ତି ଦୁଖଃ ଦୁର୍ଦ୍ଦଶା ।


ନାରୀ ନାରାୟଣୀ   ସ୍ୱଚ୍ଛ ମନ୍ଦାକିନୀ

      ସୁପବିତ୍ର ସୁଚେତନା

ନ ହେଉ ବିନଷ୍ଟ    ସୁଖର ସ°ସାର

     ଅମୃତ ପ୍ରେମ ଭାବନା ।

           


Rate this content
Log in

Similar oriya poem from Tragedy