STORYMIRROR

writer boy

Tragedy Crime Others

4  

writer boy

Tragedy Crime Others

ଅକୁହା କଥା

ଅକୁହା କଥା

1 min
397

ସେଦିନ ଅନ୍ଧାର ଭିତରୁ ଝାଙ୍କୁଥିବା।

ଦୁଇଟା ଆଖି।।

ଅନ୍ଧାର ଭିତରୁ ପୁଣି ଦୁଇଟା ହାତ। 

ଟାଣି ନେଇଯାଏ ତାକୁ ସେ ନିବୁଜ କୋଠରିକୁ।।


ଭିତରୁ ଆସୁଥିବା ଚିତ୍କାର ସବୁ।

ସେ କଠୋରିର କାନ୍ଥ ବାଡ଼ ଡେଇଁ ଯାଇ ପାରେନା।।

ପୁଣି ଥକି ଯାଏ ସେ ପାଟି ଆଉ ଚିତ୍କାର କରେନା।

ଚୁପ ଚାପ ଲୋଟି ପଡେ।।

ଅନ୍ଧାର ଭିତରେ ସେ ରାକ୍ଷସ ମୁହଁରେ ଖେଳିଯାଏ।

ଏକ ଅବର୍ଣ୍ଣନୀୟ ଖୁସି।।

ଅନ୍ଧାର ଭିତରେ କରିଚାଲେ ନିଜ କାମନାର ପୂର୍ତ୍ତି।।


କିଛି ଅକୁହା ମନର କଥା। 

ଭାସି ବୁଲେ ସେଇ କୋଠରିର ଚାରି କାନ୍ଥ ଭିତରେ।।

କାମନା ପୂର୍ତ୍ତିର ପ୍ରତି ବଦଳରେ। 

ପଇସା କେତୁଟା ଫିଙ୍ଗିଦେଇ ଚାଲିଯାଏ।।


ଅନ୍ଧାର ଭିତରୁ ଯୋଡାଏ ହାତ ଆସି ସେ ପଇସା ତକ।

ଯତ୍ନର ସହ ଗୋଟେଇ ନେଇ ଯାଏ।।

ଆଉ ଏବେ ବି ବିଛଣାରେ ପଡି ରହିଥାଏ।

ମୁକ୍ତ ଆକାଶରେ ଉଡିବାକୁ ଚାହୁଁଥିବା।

ସେ ଡେଣା ବିହୀନ ପକ୍ଷୀଟି।।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy