STORYMIRROR

writer boy

Romance Others

3  

writer boy

Romance Others

ସ୍ୱାର୍ଥପର ପ୍ରେମିକା

ସ୍ୱାର୍ଥପର ପ୍ରେମିକା

1 min
242

ସତ ରେ କଣ ମୁଁ ତାକୁ ପ୍ରେମ କରୁଥିଲି ???

ନା, ଏଟା ସତ ହେଇ ନ ପାରେ!!

ତା ପରି ସ୍ବାର୍ଥି ଝିଅ କୁ ହୁଏତ ମୁଁ ଭଲ ନ ପାଇ ପାରେ।

ଏଟା ମୋର ଏକ ଭ୍ରମ ବୋଧେ।।


ଯଦି ଭଲ ପାଉ ନଥିଲି ତେବେ, ସେ ଆଜି.....

କାହିଁକି ଏତେ ମନେ ପଡ଼ୁଚି।।

ତାକୁ ମୁଁ ଭୂଲେଇ ପାରୁନି କାହିଁକି??


କୁହନ୍ତି ହୃଦୟ ପ୍ରେମ ରେ ଭଲ ଖରାପ ଦେଖେନା

ତା ବୋଲି କଣ ଏମିତି ସ୍ୱାର୍ଥପର କୁ ହୃଦୟ କେମିତି....

ସତ ରେ ହୃଦୟ ଭାଙ୍ଗିବା ଆଗରୁ 

ଏମାନେ ଟିକେ ବି ଭାବନ୍ତିନି ଯେ

ଯାହାକୁ ସେମାନେ ଧୋକା ଦଉଛନ୍ତି 

ଖାଲି ତାର ହୃଦୟ ଭାଙ୍ଗନ୍ତିନି।

ତା ସହ ତା ଉପରେ ବିଶ୍ୱାସ କରିଥିବା

ସମସ୍ତ ଙ୍କ ହୃଦୟ ଭାଙ୍ଗି ଦିଅନ୍ତି।।


କେମିତି ବୁଝି ପାରନ୍ତିନି??

ସେମାନେ ଯାହାର ବିଶ୍ୱାସ ଭାଙ୍ଗନ୍ତି 

ସେ ଜୀବନ ସାର ଆଉ କାହା ଉପରେ ବିଶ୍ୱାସ କରି ପାରେନା

ଶାୟଦ ହୃଦୟ ଭାଙ୍ଗିବା ପାଇଁ ବି 

କିଛି ଦଣ୍ଡ ଥାନ୍ତା ଏ ଦୁନିଆ ରେ।।

କାହିଁକିନା ହୃଦୟ ଭାଙ୍ଗିବା ପରେ ମଣିଷ ଆଉ ମଣିଷ ହେଇ ରୁହେ......ନା.......

ପାଲଟି ଯାଏ ଜିଅନ୍ତା ମୂର୍ଦ୍ଦାର ଟେ।।


ରାତି ତ ସମସ୍ତ ଙ୍କ ପାଇଁ ନିଦ ନେଇ ଆସେ।

କିନ୍ତୁ, ବିଫଳ ପ୍ରେମୀ ପାଇଁ ନେଇ ଆସେ ନିସଂଗତା, ଏକୁଟିଆପଣ

ଜାଣିଚ ଏ ବିଫଳ ପ୍ରେମୀ ମାନଙ୍କ ର ରାତି ବହୁତ ପ୍ରିୟ।

ରାତି ରେ ଆମେ କାନ୍ଦିଲେ କି ହସିଲେ 

ଆମକୁ ଦେଖିବା କୁ କେହି ନାହିଁ।

ଦିନ ସାରା ମିଛ ହସ ର ମୁଖଟା ପିନ୍ଧି

ରାତି ର ନିରବତା ରେ ହୃଦୟ ର କୋହ କୁ ଲୁହ କରି ବହାଇ ଦଉ।।



ଆଜି ମୋ ଚିତ୍କାର ମୋ ଭିତରେ ହିଁ ରହି ଯାଉଚି।

ଆଉ ମୁଁ ନିରୁପାୟ...

ତୁମକୁ ବହୁତ ବହୁତ ଅଭିନନ୍ଦନ 

ତୁମେ ତୁମ ଲକ୍ଷ୍ୟ ରେ ସଫଳ ହେଇଚ।

ତୁମେ ମତେ ଯାହା ବନେଇବା ପାଇଁ ଚାହିଁଥିଲ 

ଆଜି ମୁଁ ସେଇଆ ବନିଯାଇଚି। .......ଏକ ବିଫଳ ପ୍ରେମିକ

ଏବେ ତ ତୁମେ ଖୁସ୍ ଥିବ ନା...... ମୋର ସ୍ୱାର୍ଥପର ପ୍ରେମିକା

                  








ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance