STORYMIRROR

Krushna Chandra Dakua

Romance Others

3  

Krushna Chandra Dakua

Romance Others

ବଦମାସ

ବଦମାସ

1 min
11.9K

ଇଏ ଠିକ ବଦମାସ ଚାଲିଚଳଣୀ ନୁହେଁ ତ 

ନା' ଗର୍ବ ଅହଂକାର ର ଉଦ୍ଧମତା 

ଜଣାଅଛି ଜୀବନଚର୍ଯ୍ୟା ?

ମନେ ହେଉଛି ସତେ ଯେମିତି -

ବାନ୍ଧି ହୋଇଯାଇଛି କେଉଁ ଏକ ମାୟାଜାଲରେ 

ଯେମିତି ହଜାର ହଜାର "ହିତ"

ଆପେ ସାଧିତ ହୋଇଯିବ !

ଇଏ ତ ଗୋଟାଏ ବଡ଼ ମୋହ ଅଦୃଶ୍ୟ ଇଲାକାରେ 

ମନେ ହେଉଛି ବର୍ତ୍ତମାନର ଇଚ୍ଛା ତ କେବଳ 

ତଲ୍ଲୀନ ହୋଇଯିବାକୁ ଭବିଷ୍ୟତ ସହ

ଭରିଦେବାକୁ ଅଜସ୍ର ଚୁମ୍ବନ ଆଊ

ପିଙ୍ଗୁଳା ଦେହରେ ଜାବୁଡି ଧରିବାକୁ 

କିନ୍ତୁ ଏ'ସବୁ 

କିନ୍ତୁ ପରନ୍ତୁ ଏବେନୁହଁର ସମାହିତରେ ବନ୍ଧା 

କିନ୍ତୁ ମୁଁ ଚାହେଁ ଥରେ ପ୍ରଗଳ୍ଭ ହେବାକୁ 

ସେଇ ଅଙ୍କା ବଙ୍କା ନଈର ରାସ୍ତାରେ 

ଲଙ୍ଗିବାକୁ ଅନେକ ମୁଗୁନି ପଥର ଶରୀର 

ବହୁଦିନ ଧରି ଶୂନ୍ୟତା ହୋଇଯାଇଥିବା 

ନଦୀତଟ ପାନ୍ଥଶାଳା ଆଜି ଶ୍ୱତଃ କୋଳାହଳ 

ମନେହୁଏ ଆଜି "ସଙ୍ଗରୋଧ କେନ୍ଦ୍ର"ପାଲଟି ଯାଇଛି ........!!


రచనకు రేటింగ్ ఇవ్వండి
లాగిన్

Similar oriya poem from Romance