STORYMIRROR

Debashis Pati

Inspirational

3  

Debashis Pati

Inspirational

ବଦଳି ଯାଇଛି ମୋ ଗାଁ

ବଦଳି ଯାଇଛି ମୋ ଗାଁ

1 min
146

ମୋ ଗାଁଆ ସଂପୂର୍ଣ୍ଣ ଭାବେ ଯାଇଛି ବଦଳି

ମଧୁରତା ନାହିଁ ଯେ ଆଉ ଆଗଭଳି।


ଉଡୁ ନାହିଁ ଗୋଧୁଳି ତ ଗାଆଁ ଦାଣ୍ଡ ଯାକ

ଆସୁ ନାହିଁ ଡାକବାଲା ଆଣୁନାହିଁ ଡାକ।


ଗାଇଆଳ ଟୋକା ଆଜି ଗାଉ ନାହିଁ ଗୀତ

ତାଲା ପଡିଗଲା ଆଜିଟୁଙ୍ଗି ଭାଗବତ।


ନାହିଁ ଗାଁଆ ସଭା ଆଉ ମେଳନ କିର୍ତ୍ତନ

ନାହିଁ ଭାଇଚାରା ଆଉ ଆଦାନ ପ୍ରଦାନ।


ନାହିଁ ଏକ ମତ ଆଜି ସବୁ ଭୁଲିଗଲେ

ସ୍ବର୍ଥ ଆଗେ ଆଜି ବଦଳିଣ ଗଲେ।


କୁଟୁ ନାହିଁ ଢିଙ୍କି ଆଉ ଚୂଡା କି ଚାଉଳ

ହେଉ ନାହିଁ ଆଗଭଳି ଚାଷରେ ଅମଳ।


ଗାଁ ସଡକରେ ଆଉ ଗଡୁ ନାହିଁ ସଗଡ

ଗାଁ ଦେବୀ ମନ୍ଦିରରେ ଆଉ ଜମୁ ନାହିଁ ଭିଡ।


ଶୁଭୂ ନାହିଁ କୋଇଲିର ମଧୁରତା ସ୍ବର

ଗେଣ୍ଡାଳିଆ ଆଜି ଆଉ ଝାଡୁ ନାହିଁ ପର।


ଭିଜା ମାଟିର ବାସନା ଆଉ ବାସୁ ନାହିଁ

ସାଧବ ବୋହୁ ପୋକର ଆଉ ଦେଖା ନାହିଁ।


ବର ଗଛ ତଳେ ଆଉ ନାହିଁ ତାସ ପାଳି

ସହର ଅଭିମୁଖେ ସବୁ ଯାଇଛି ବଦଳି।

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational