STORYMIRROR

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Action

4  

କବିରତ୍ନ ନୂତନ କୁମାର ବେହେରା Kabiratna Nutan Kumar Behera

Romance Action

ବଦଳି ଯାଇଛ ତୁମେ

ବଦଳି ଯାଇଛ ତୁମେ

1 min
179

    

ବଦଳି ଯାଇଛ ତୁମେ

ଆଗ ପରି କାହିଁ

ମୋତେ ଭଲ ପାଉନ ଏତେ ?

ହୁଏତ ଭାବୁଥିବ 

ମୁଁ ତୁମ ମନକଥା 

ଜମାରୁ ବୁଝି ପାରୁନି ସତେ।

ମନେକର ତୁମ ସାଥେ

ବିତି ଯାଇଥିବା ମୁହୂର୍ତ୍ତ ଗୁଡିକ

ରୋମାଞ୍ଚକର ଥିଲା କେତେ,

ସବୁକିଛି ଲାଗୁଥିଲା

ରୂପ ରଙ୍ଗ ରସ ଭରା

ଏବେ ଫିକା ଫିକା ମଳିନ 

କାହିଁକି ଲାଗୁଛି ଯେତେ ?

ଉତ୍ତର ଖୋଜିବା କିଛି

ଦରକାର ନାହିଁ,

ଉତ୍ତର ତ ତୁମେ ନିଜେ 

ମୋତେ ପଚାରୁଛ

ଏମିତି କଣ ପାଇଁ ?

ଆଖି ବୁଜି ଆଲୁଅ ଖୋଜିଲେ

ଯେତେ ଆଲୁଅ ଥିଲେ ବି

ଲାଗିବ ଅନ୍ଧାର ଅନ୍ଧାର,

ଆଉ ସାରା ଦୁନିଆଁଟା 

ଅନ୍ଧାର ଯେତେବେଳେ

ଡିମା ଡିମା ଅନେଇଲେ ବି

ଲାଗିବ ସବୁ ଏକାକାର।

ଭାବିଥିଲି ମୁଁ

ସମସ୍ତଙ୍କଠାରୁ ତୁମେ

ଅଲଗା ନିଆରା,

ମୋ ଭାବନାକୁ 

ଭୁଲ୍ ପ୍ରମାଣ କରି

ମୋତେ କରି ଦେଉଛ 

ଗୋଟାପଣେ ବେସାହାରା।

ତଥାପି କହୁଛି

ବୁଝିବାକୁ ଚେଷ୍ଟାକର ଥରେ,

ତଫାତ୍ ଅଛି କେତେ 

ବାସ୍ତବତା ଓ ମରିଚିକା ମଧ୍ୟରେ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance