STORYMIRROR

Papu parida

Romance Classics Others

4  

Papu parida

Romance Classics Others

ବଧେ ପ୍ରେମ ହୋଇଗଲା ମତେ

ବଧେ ପ୍ରେମ ହୋଇଗଲା ମତେ

1 min
246

ଅଳସୀ ଆଖିରେ ଆଖି ମୋ ମିଶିଲା

ହେଲି ପାଗଳପ୍ରେମୀ କି ସତେ

ତା ଆଗେ ଦୁନିଆ ରଙ୍ଗହୀନ ଲାଗେ

ବଧେ ପ୍ରେମ ହୋଇଗଲା ମତେ।


ଜହ୍ନ କାହିଁ ଲାଗେ ଅସୁନ୍ଦର ଏବେ

ସେ ରହିଲା କି ମୋ ମନଜଗତେ

ଇନ୍ଦ୍ରଧନୁ ରଙ୍ଗ ତା ଆଗେ ଫିକା ଫିକା

ବଧେ ପ୍ରେମ ହୋଇଗଲା ମତେ।


କୋଇଲି ର କୁହୁ ଲାଗୁ ନାହିଁ ମିଠା

ତା ସ୍ୱର ଲାଖିଗଲା କି ମୋ ଅନ୍ତେ।

ଇନ୍ଦ୍ରଧନୁ ରଙ୍ଗ ତା ଆଗେ ଫିକା ଫିକା

ବଧେ ପ୍ରେମ ହୋଇଗଲା ମତେ।


ବଗିଚା ର ଫୁଲ ବାସୁ ନାହିଁ ଆଜି

ତା ବାସ୍ନା ମନେ ରହିଗଲା ସତେ

ଭଅଁର ର ଗୀତ ଛନ୍ଦ ହୀନ ଲାଗେ

ବଧେ ପ୍ରେମ ହୋଇଗଲା ମତେ।


ସନ୍ଧ୍ୟା ନଈ ଦୃଶ୍ୟ ଲାଗୁନାହିଁ ଭଲ

ସିଂହରଣ ଜାଗେ ମୋ ରକତେ

ସକାଳର ସୂର୍ଯ୍ୟ ଲାଗେ ଶୋଭାହୀନ

ବଧେ ପ୍ରେମ ହୋଇଗଲା ମତେ।


ଜୀବନ ବାଟରେ ଏକା ବାଟୋଇଟେ 

କେବେ ପଡ଼ିଗଲି ପ୍ରେମ ଗର୍ତ୍ତେ

ରୂପହୀନ ଲାଗେ ସାରା ଦୁନିଆ ତା ଆଗେ

ବଧେ ପ୍ରେମ ହୋଇଗଲା ମତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance