STORYMIRROR

Kunja Bihari Dalai

Comedy

4  

Kunja Bihari Dalai

Comedy

ବଢାଇବୁ ଦେଶ ଗର୍ବ

ବଢାଇବୁ ଦେଶ ଗର୍ବ

1 min
330


ସ୍ବା -ହେଇଟି ଶୁଭୁଚି, ଆସ ମୋ ପାଖକୁ

  କହିବି ଗୋଟିଏ କଥା,

   ସ୍ତ୍ରୀ-କହୁନ ମୁଁ ପରା ଉକୁଣି ବାଛୁଚି

    କୁଣ୍ଡାଇ କୁଣ୍ଡାଇ ମଥା।

 ସ୍ବା- ଭାବୁଥିଲି ବସି ଆମରି ଦେଶକୁ

  ଶୂନ୍ୟରେ ନେବି ଉଠେଇ,

   ସ୍ତ୍ରୀ -କଅଣ ଭାବିଛ ଅବୁଝା ମୋ ପାଇଁ

    କହିବ ଟିକେ ବୁଝେଇ।

ସ୍ଵା -ମୁଁ ବ୍ୟାଟସ୍ ମ୍ୟାନ୍ କ୍ରିକେଟ୍ ଟିମ୍ ର

  ତୁମେ କରୁଥିବ ବୋଲିଂ,

   ଉଇକେଟ୍ ବଡପୁଅ ସମ୍ଭାଳିବ

    ସାନ ଦାୟିତ୍ଵ ରେ ଫିଲ୍ଡିଂ ।

ଆମରି ସଂସାରେ ଗଢି ଏକ ଟିମ୍

  କରିବା ବିଦେଶ ଯାତ୍ରା,

   ହରାଇବା ପାଇଁ ପ୍ରତିପକ୍ଷ ଦେଶ

    ବଢାଇବୁ ଶ୍ରମ ମାତ୍ରା।

ସ୍ତ୍ରୀ - ହଇହୋ ! ସେପାଇଁ ଏଗାର ଖେଳାଳି 

  ହୁଏ ପରା ଆବଶ୍ୟକ,

   ପୂରା ଟିମ୍ ଟିଏ ଗଢ଼ିବା ପାଇଁକା

    ବୟସ ସାଧେ ବାଧକ।

ତମ ବଳ ଆଉ ବୟସ ଟା ଖାଲି

 ହେଉଅଛି ଛନଛନ,

  ଏ ବୁଢ଼ା ବୟସେ ଦାନ୍ତ ସିନା ନାହିଁ

   ଉଛୁଳୁଛି ଯଉବନ।

ଆଉ ଗୋଟେ ସ୍ତିରୀ ଆଣିବ ଯାଉନ

 ଗଢିବ କ୍ରିକେଟ ଟିମ୍,

  ବୃଦ୍ଧ କାଳେ ବାଲ୍ୟଲୀଳା କରୁଥିବ

   ଡେଲି ଯାଉଥିବ ଜିମ୍।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy