ବଢାଇବୁ ଦେଶ ଗର୍ବ
ବଢାଇବୁ ଦେଶ ଗର୍ବ
ସ୍ବା -ହେଇଟି ଶୁଭୁଚି, ଆସ ମୋ ପାଖକୁ
କହିବି ଗୋଟିଏ କଥା,
ସ୍ତ୍ରୀ-କହୁନ ମୁଁ ପରା ଉକୁଣି ବାଛୁଚି
କୁଣ୍ଡାଇ କୁଣ୍ଡାଇ ମଥା।
ସ୍ବା- ଭାବୁଥିଲି ବସି ଆମରି ଦେଶକୁ
ଶୂନ୍ୟରେ ନେବି ଉଠେଇ,
ସ୍ତ୍ରୀ -କଅଣ ଭାବିଛ ଅବୁଝା ମୋ ପାଇଁ
କହିବ ଟିକେ ବୁଝେଇ।
ସ୍ଵା -ମୁଁ ବ୍ୟାଟସ୍ ମ୍ୟାନ୍ କ୍ରିକେଟ୍ ଟିମ୍ ର
ତୁମେ କରୁଥିବ ବୋଲିଂ,
ଉଇକେଟ୍ ବଡପୁଅ ସମ୍ଭାଳିବ
ସାନ ଦାୟିତ୍ଵ ରେ ଫିଲ୍ଡିଂ ।
ଆମରି ସଂସାରେ ଗଢି ଏକ ଟିମ୍
କରିବା ବିଦେଶ ଯାତ୍ରା,
ହରାଇବା ପାଇଁ ପ୍ରତିପକ୍ଷ ଦେଶ
ବଢାଇବୁ ଶ୍ରମ ମାତ୍ରା।
ସ୍ତ୍ରୀ - ହଇହୋ ! ସେପାଇଁ ଏଗାର ଖେଳାଳି
ହୁଏ ପରା ଆବଶ୍ୟକ,
ପୂରା ଟିମ୍ ଟିଏ ଗଢ଼ିବା ପାଇଁକା
ବୟସ ସାଧେ ବାଧକ।
ତମ ବଳ ଆଉ ବୟସ ଟା ଖାଲି
ହେଉଅଛି ଛନଛନ,
ଏ ବୁଢ଼ା ବୟସେ ଦାନ୍ତ ସିନା ନାହିଁ
ଉଛୁଳୁଛି ଯଉବନ।
ଆଉ ଗୋଟେ ସ୍ତିରୀ ଆଣିବ ଯାଉନ
ଗଢିବ କ୍ରିକେଟ ଟିମ୍,
ବୃଦ୍ଧ କାଳେ ବାଲ୍ୟଲୀଳା କରୁଥିବ
ଡେଲି ଯାଉଥିବ ଜିମ୍।
