STORYMIRROR

Alhadini Panigrahi dash

Inspirational

3  

Alhadini Panigrahi dash

Inspirational

ବଢାଅ ଦେଶର ଶିରୀ

ବଢାଅ ଦେଶର ଶିରୀ

1 min
464

ମୋହରି ଦେଶ ର ଗର୍ବ ଗୌରବ

ଅଟେ ଏହି ଧନୁ ଶର,

ରାମାୟଣ ହେଉ ବା ମହାଭାରତ ରେ

ମୂଖ୍ୟ ଭୁମିକା ଏହାର. (୧)


କୌନ୍ତେୟ ସେ ବୀର କ୍ରୀଷ୍ଣା ସ୍ବୟମ୍ବରେ

କରି ଗାଣ୍ଡିବ ଧାରଣ,

କୁଣ୍ଡ ର ଜଳ ରେ ଦେଖି ପ୍ରତିବିମ୍ବ

ଲକ୍ଷ୍ୟ ଭେଦିଲେ ତା ନୟନ (୨)


କୌଶଲ୍ୟା ନନ୍ଦନ ସେ କୋଦଣ୍ଡ ଧାରୀ

ଶିବ ଧନୁ ଭଗ୍ନ କଲେ

ଜନକ ରାଜା ଙ୍କ ସର୍ତ୍ତ ପୂର୍ଣ୍ଣ କରି

ସୀତା ଙ୍କୁ ବିବାହ କଲେ (୩)


କାମ ଦେବ ସେ ଯେ ପ୍ରେମ ର ଦେବତା

ହାତେ ଧରି ପୁଷ୍ପ ଧନୁ

ଦେବତା ବା ନର ନ ପାରନ୍ତି ବର୍ତ୍ତି

ସେହି ଧନୁ ର କବଳୁ (୪)


ଏହି ଶର ଦିନେ ଶଯ୍ୟା ସାଜିଥିଲା

ମହା ଭାରତ ର ରଣେ

ହସ୍ତିନା ସୁରକ୍ଷା ଦେଖି ଭୀଷ୍ମଦେବ

ଇଚ୍ଛା ମ୍ରୁତ୍ୟୁ ବରିନେଲେ (୫)


ଆଜି ର ଯୁଗ ର ଆହେ ଧନୁନ୍ଧର

ବିଫଳ ହୁଅ କିପାଇଁ,

ଧନୁଶର ଯୋଖି ଲକ୍ଷ ଭେଦ କରି

ବଢାଅ ଦେଶ ର ଶିରୀ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational