Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବି. ନିରୁପମା

Inspirational Others Children

3  

ବି. ନିରୁପମା

Inspirational Others Children

ବଡ଼ ହୋଇ ହୁଅ ଭଲ ମଣିଷ

ବଡ଼ ହୋଇ ହୁଅ ଭଲ ମଣିଷ

1 min
350



ଆଜି ରଜ ତୋର ଜନମଦିନ,

ଜଣାଉଛୁ ତେଣୁ ଅଭିନନ୍ଦନ ।


ତୁ ଗେଲବସର ପୁଅ ଆମର,

ତୋତେ ପାଇ ପୂରି ଉଠିଛି ଘର ।


ତୋର ଠାଣି ବାଣୀ କୌତୁକ ଯେତେ,

ଆନନ୍ଦ ଆମକୁ ଦିଅଇ କେତେ ।


ଖିଲିଖିଲି ହସ ଭାରି ସୁନ୍ଦର,

ଜାଣିଛୁ ତୁ ପରା କେତେ ହୁନ୍ଦର ।


ବାବାଙ୍କ ସାଥିରେ ଗେଲ ତୁ ହେଉ,

ଲୁଚକାଳି ଖେଳି ଆନନ୍ଦ ପାଉ ।


ପୋଷାକ ପିନ୍ଧାଇ ତୋ କଣ୍ଢେଇକୁ,

ଖୁସିରେ ଦେଖାଉ ଆମ ସଭିଙ୍କୁ ।


ବାବା,ମାମାଙ୍କର ନୟନମଣି,

ଦାଦାଜୀ, ଦାଦୀମା' ଜୀବନ ପୁଣି ।


ଚାଚା ,ଚାଚିଙ୍କର ଗେହ୍ଲା ତୁ ଅତି,

ବୁଆ ପାଇଁ ଖାଣ୍ଟି ସୁନାପୁଅଟି ।


'ରିଶାନ'ରେ ତୋତେ ଦେଉ ଆଶିଷ,

ବଡ଼ ହୋଇ ହୁଅ ଭଲ ମଣିଷ ।


ପାଠ ପଢ଼ା ସହ ଖେଳ କୌତୁକ,

ଏ ସବୁରେ ତୋର ରୁଚି ଅନେକ ।


ଜ୍ଞାନୀ ଗୁଣୀ ହୋଇ ରଖ ତୁ ଯଶ,

ମାଆ ଢାଳି ଦ୍ୟନ୍ତୁ ଶୁଭ ଆଶିଷ ।


ପଣତେ ଘୋଡ଼ାଇ ରଖନ୍ତୁ ତୋତେ,

ଦୂର ହୋଇଯାଉ ସଙ୍କଟ ଯେତେ ।


Rate this content
Log in

Similar oriya poem from Inspirational