STORYMIRROR

Madhabi Patel

Inspirational

3  

Madhabi Patel

Inspirational

ବଡ ଛୋଟ

ବଡ ଛୋଟ

1 min
194


ଛୋଟକୁ ଆଦର ମିଳିଥାଏ ଛୋଟ

ବଡ କୁ ଆଦର ବଡ।

ବଡ ଜ୍ଞାନଗୁଣ ଗାରିମା ପାଖରେ

ସରି ନୁହେଁ ଫୁଲକଢ।

ବଡ ହେଲେ ଯିଏ ପୂର୍ଣ ଚନ୍ଦ୍ର ପରି

ତାପରେ ହୁଏ ନିଊନ।

ଫୁଟିଲା ଫୁଲକି ଫୁଟେ ଆଉଥରେ

ବିକଶିତ ହୁଏ ସାନ।

କ୍ଷୃଦ୍ର ବୋଲି ମୋର ଆଦର ବି ସାନ

ନାହିଁ ମାନ ଅଭିମାନ।

ଦିନେ କ୍ଷୃଦ୍ର ନିଶ୍ଚେ ବଡ ସେ ହୋଇବ

ଏକଥା ଅଛି ପ୍ରମାଣ।

ସାନ ହୁଏ ବଡ ଭଙ୍ଗା ହୁଏ ଦଢ

ପଛମାନେ ହୋନ୍ତି ଆଗ।

ସେଥିପାଇଁ ମୁହିଁ ପଛେ ରହିବାକୁ

ଲୋଡିଥାଏ ପଛଭାଗ।

ସାନ ଆଜି ବୋଲି ଲାଜ ନାହିଁ ମୋର

ନାହିଁ ମନେ ଅପମାନ।

ଫୁଲକଢି ସିନା ବିକଶିତ ହୁଏ

ଫୁଲ ରହେ ଅଳ୍ପ କ୍ଷଣ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational