STORYMIRROR

paramananda tripathy

Drama

3  

paramananda tripathy

Drama

ବଡ ବିଚିତ୍ର ଦୁନିଆ

ବଡ ବିଚିତ୍ର ଦୁନିଆ

1 min
9


କେହି କା'ର ଶତ୍ରୁ କେହି କା'ର ମିତ୍ର

ନୁହଁଇ ଜନ୍ମ ଜନିତ

ବ୍ୟବହାରେ ଶତ୍ରୁ ମିତ୍ର ଜାତ ହୋ'ନ୍ତି

କାର୍ଯ୍ୟ କଳାପ ନିୟତ

ଜିହ୍ୱା ଭଲ ମନ୍ଦ ଜାଣି

ଜିହ୍ୱା ପାଇଁ ଶତ୍ରୁ ମିତ୍ର ଲକ୍ଷ୍ମୀ ପ୍ରାପ୍ତ

ଜିହ୍ୱା ମୃତ୍ୟୁର କାରେଣି ।।୧ ।।


ଭାଇ ଭାଇ ସ୍ନେହ ପ୍ରେମ ମମତାରୁ 

ରଚି ଥିଲେ ରାମାୟଣ

ଭାଇ ଭାଇ ମଧ୍ୟେ ଭାଗ ବଣ୍ଟା ନେଇ

ମହାଭାରତ ଲିଖନ

ମାଆ ଗର୍ଭେ ଶତ୍ରୁ ମିତ୍ର

ଆପଣାର ପର,ପର ଆପଣାର

ଦୁନିଆ ବଡ ବିଚିତ୍ର   ।।୨ ।।


ଲୋଭ ମୋହ ମାୟା କାମନା ବାସନା

ଲାଳସା କରେ ଅଜ୍ଞାନ

ଆପଣାର ଶତ୍ରୁ ଆପଣା ଅନ୍ତରେ

ନ ବୁଝି ଅନ୍ଧ ସମାନ

କାମ କ୍ରୋଧେ ହୋଇ ବଶ

ନର୍କେ ପଡି ସଢେ ଜୀବ ଅବଶେଷେ 

 କୁଳ ବଂଶ ସର୍ବନାଶ ।।୩ ।।


ଷଡରିପୁ ସାଥେ ଦେହଜ ବ୍ୟାଧିଟା

ଶତ୍ରୁ ପରି ଲୁଚି ରହେ

ସମୟ ଉକୁଟି ମାଡି ବସି ହେଳେ

ଜୀବନକୁ ନାଶି ଥାଏ

ବୃକ୍ଷେ ଫୁଲ ଫଳ ଛାଇ

ସବୁ ଫୁଲେ ବାସ ଚହଟୁ ନ ଥାଏ

କେ ' ଫଳ ବିଷ ଅଟଇ  ।।୪ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama