Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Durjyodhan Barik

Tragedy

4.5  

Durjyodhan Barik

Tragedy

ବାତ୍ୟା

ବାତ୍ୟା

1 min
176


          


ଅଜା ଡାକ ଦେଲେ  ଆଇ ବୁଢୀଟିକୁ

      ଆଣ ତ ଖଣ୍ଡିଏ ବାଡ଼ି ,

ୟାସ୍ ନାମେ ଏକ  ଅମାନିଆ ବାତ୍ୟା 

      କୁଆଡୁ ଆସୁଛି ମାଡି ।


 ରାଜ୍ୟରେ ପଶିବ  ତାଣ୍ଡବ ରଚିବ

      ଦେବ ସେ ମଣିଷ ମାରି,

ସୁନା ରାଜ୍ୟ ଆମ ଚୁନା ହୋଇ ଯିବ

     ଦେଖା ଯିବ ହତଶିରୀ ।


କେତେ ବୃକ୍ଷ ଲତା ଧରାଶାୟୀ ହେବେ 

     ଯଦି ଏହି ବାତ୍ୟା ହେଲା ,

ଅକାଳେ କେତେ ଯେ  ପରାଣ ନାଶିବ 

      ଦେଖି ବୁଡି ଯିବ ଭେଳା  ।


 ପକ୍ଷୀମାନଙ୍କର   ବସା ଉଡ଼ି ଯିବ

      ହଜି ଯିବ ତାଙ୍କ ସତ୍ତା ,

ଜ୍ଞାତି ପରିଜନ    କେତେ ହଜି ଯିବେ

     ମିଳିବନି କାହା ପତ୍ତା ।


ମହାମାରୀ ସଙ୍ଗେ   ଏ ମହା ବିପତ୍ତି 

      କେମିତି ବଞ୍ଚିବେ ଜନ ,

ଭେଣ୍ଡିଆ ପୁଅକୁ  ହାରି ପିତା ମାତା

     କେମିତି କାଟିବେ ଦିନ ।


ମୁଣ୍ଡରେ ତାହାର   ଦେବି ମୁଁ ପାହାର

    ଫେରି ଯିବ ରାଜ୍ୟ ଛାଡି,

ଯହୁଁ ଆସିଥିଲା      ତହିଁ ପହଞ୍ଚିବ

     ସେଠାରେ ମରୁ ସେ ବୁଡି ।


       


Rate this content
Log in