STORYMIRROR

Dharitri Das

Inspirational Children

3  

Dharitri Das

Inspirational Children

ବାତ୍ୟା

ବାତ୍ୟା

1 min
280

ବିଜ୍ଞାନଯୁଗରେ ବୁଝୁନି ମନୁଷ୍ୟ

     ପ୍ରକୃତିର ମୂଲ୍ୟବୋଧ

କଳକାରଖାନା ପ୍ରତିଷ୍ଠା କରୁଛି

     ଗଛକାଟି ନିରିବୋଧ।

ବୃକ୍ଷ ହୀନ ହେତୁ ଅମ୍ଳଜାନ ଶୁନ୍ୟ

      ବାୟୁ ମଣ୍ଡଳଟି ଆଜି

ବୃଷ୍ଟିହୀନ ହୋଇ ମରୁଡ଼ି ହୁଅଇ

    ବାତ୍ୟା ଆସେ ଆଖି ବୁଜି।

ବାର ବାର ଆସି ବେଘର କରଇ

      ବାକି ଗଛଲତା ଧ୍ୱଂସି

ଯେତେ ଦୁଃଖ ଦିଏ ଭାଷାରେ ବର୍ଣ୍ଣିବା

         ସମ୍ଭବ ନୁହଁଇ ବସି।

ଧନ ଜନ ନଷ୍ଟ          କରଇ ବହୁତ

       କେତେବା କହିବି ଆଉ

ବେଳ ଥାଉଁଥାଉଁ    ସାବଧାନ ହୁଅ

       ବାତ୍ୟାଟି ଦୁରେଇ ଯାଉ।

ଜନ୍ମଦିନ ଆଉ    ବିବାହ ବାର୍ଷିକୀ

      ପାଳନ ସମୟେ ଏକ

ବୃକ୍ଷ ରୋପି ନିଅ  ଯତନ ତାହାର

      ଏହାକୁ ଭାବି ସଉକ।

ଜଙ୍ଗଲ ସୁରକ୍ଷା  ପରିବେଶ ରକ୍ଷା

      ହୋଇବ ସେଥିରେ ଜାଣ

ବନୀକରଣ ଯେ ନିଶ୍ଚୟ ହୋଇବ

      ବର୍ତ୍ତିବ ସକଳ ପ୍ରାଣ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational