STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ବାଟୋଇର ଆଶା

ବାଟୋଇର ଆଶା

1 min
186


ବାଟ ସାରା ଶିଉଳି 

ଖସିଗଲେ ପାଦ 

ଅଥଳ ଅଚଳ ଆକୁଳ 

ରକ୍ଷାକର ବନମାଳୀ 

ବାଟସାରା ଖସଡ଼ା 

ଖସିଗଲେ ପାଦ 

ଚାରିପାଦ ଆଗକୁ 

କି ଚାରିପାଦ ପଛକୁ 

ମାନିବିନି ଅର୍ଦ୍ଦଳି କି ଅଡା 

ଯୋଡ଼ିବେତ ଯେତେ ବାଡା 

ବାଟ ଯଦି ଅମଡ଼ା 

ଆଗେ ଆଗେ ଥିବ ତମେ 

ପଛେ ପଛେ ମୁଁ ଗମେ 

ବୁଲି ଚାହିଁଲେ ଦିଶିବ ମୋ 

 ସାକ୍ଷୀଗୋପାଳ ପଡା 

ସେଇଠି ରହି

 ବୋଲାଇବ ଗୋପୀନାଥ 

ରାଧାରାଣୀ ଧରିଥିବେ 

 ହାତେ ଫୁଲତୋଡ଼ା 

ବାଟ ଯଦି କଣ୍ଟକିତ 

ହୁଏ ମୁଁ ଆତଙ୍କିତ 

ଉଦ୍ଧାର ମୁଁ ଛାର ପତିତ 

ତୁମେତ ମହା ଗଣିତ 

ପୁଣି ଭାବର ସାହିତ୍ୟ 

ମୁଁ ଯାହା ନିଉଛଣା 

ବାଟ ଯଦି ଗୋଲାପର ଫୁଲ 

କିଏ ବା କାହିଁ ଆସିବ 

ତମ ଏ ଦେଉଳେ 

ଶଙ୍ଖ ମଲମଲ ଅବା 

ଦୀପ ମହମହ ଝୁଣା ଚହଚହ 

ସେଥିପାଇଁ ତମ ହସରୁ

 ଝରେ ମଲ୍ଲୀଫୁଲ 

ଅସହାୟ ଅବଶ 

ମୁଁ ଖୋଜେ ତାରାଫୁଲ

ଗୋସେଇଁ ଟିକେତ 

ହାତ ଧରି ମୋର ଚାଲ 

ବାଟ ସାରା କୁହୁଡି ରେ 

ମୁଁ ଆକତାମାକତା

ବାଟ ସାରା ପଙ୍କିଳ 

ପ୍ରଭୁ ଢାଳେ ପ୍ରଣତି ଘେନା କର 

ବାଟ ସାରା ଫୁଲ ଯଦି 

ଚନ୍ଦନ ସିନ୍ଦୂର ଅଗରବତୀ 

ବାଟ ସାରା ଧୂପ 

ଜୀବନ ବିତୁଥାଉ କରି ଜପ ତପ 

ବାଟ ସାରା ଫୁଲ 

କହ୍ନେଇଙ୍କ ଠାଣିରେ କିବା ଦେବି ମୂଲ 

ବାଟ ସାରା ଦୁଃଖ 

କେମିତି କହିବି ତୁମେ କଳାମୁଖ 

ବାଟ ସାରା ଯଦି ସୁଖ 

ନିଶ୍ଚୟ କହିବୁ ଆମେ ଆରତନାଶନ କଳାଶ୍ରୀମୁଖ 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational