STORYMIRROR

Prasant Kumar Nath

Inspirational

2  

Prasant Kumar Nath

Inspirational

ବାଟୋଇ ଭାଇ ଓ ଗଛ ଛାଇ

ବାଟୋଇ ଭାଇ ଓ ଗଛ ଛାଇ

1 min
13.6K



ବାଟୋଇ ଭାଇଟେ ଯାଉଥିଲା ଦିନେ

ହେଉଥିଲା ଭାରି ଖରା

ଝାଳରେ ଦେହଟା ଭିଜି ସାରିଥିଲା

ତାତିଥିଲା ପୁରା ଧରା ।

ଦେହ ଝିମି ଝିମି ହୋଇଗଲା ଯେବେ

ଖୋଜିଲା ଗଛର ଛାଇ

ରାସ୍ତା କଡ଼ ଗଛ କଟା ହୋଇଥିଲା

କଂକ୍ରିଟ ସଡକ ପାଇଁ ।

ଛାଇ ଟିକେ ପାଇଁ ଡହଳ ବିକଳ

ଦେହରେ ନଥିଲା ବଳ

ପାଟି ହେଉଥିଲା ଅଠା ଅଠା ଆଉ

ଦେହ ଚାହୁଁଥିଲା ଜଳ ।

ଦୂରରୁ ଦେଖିଲା ବରଗଛ ଗୋଟେ

ରହିଛି ଯେ ଠିଆ ହୋଇ

ବଟୋଇର ମନ ହୋଇଗଲା ଖୁସି

ଦେଖି ସେ ଗଛର ଛାଇ ।

ଧାଇଁ ଗଲା ସେହି ଗଛର ପାଖକୁ

ବୃଦ୍ଧା ଜଣେ ବସିଥିଲା

ପାଣି ଟୋପେ କାଢି ବଟୋଇକୁ ଦେଲା

ଶୋଷ ତାର ମେଣ୍ଟି ଗଲା।

କହିଲା ବାବୁରେ ରାସ୍ତା କାଡେ ଆଉ

ଗଛ ଜମା ଦିଶୁ ନାହିଁ

ଶୁଣିଲି କାଳେ ମୁ ଡାକରା ଆସିଛି

ଏଗଛ କଟିବା ପାଇଁ ।

ଏହି ପରା ଅଟେ ଘର ଦ୍ୱାର ମୋର

ଏଇଠି ନିତି ମୁ ରୁହେ

ତୋପରି ଅନେଇ ବାଟୋଇ ଏଉଠୁ

ଥକ୍କା ତାର ମାରି ଯାଏ ।

ଜାଣି ନାହିଁ ମୁହିଁ କେତେ ଦିନ ଆଉ

ଏଗଛ ଆୟୁଷ ଅଛି

ଛାଇର ବିହୁନେ ଅବା କେତେଙ୍କର

ଅଂଶୁଘାତ ଘଟୁ ଅଛି ।


ପ୍ରଶାନ୍ତ କୁମାର ନାଥ

ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର ।

ମୋ-୮୩୧୦୩୨୮୩୪୫


Rate this content
Log in

Similar oriya poem from Inspirational