ବାଟବଣା
ବାଟବଣା
ନଈ ଏବେ ଅଙ୍କା ବଙ୍କା
ଲକ୍ଷ୍ୟହୀନ, ପଥଭ୍ରଷ୍ଟ
ଜାଣିଛି, ସମୁଦ୍ର ତା ଗନ୍ତବ୍ୟସ୍ଥଳୀ ବୋଲି
ଠିକ ସେମିତି ମୁଁ ବି ପଥଭ୍ରଷ୍ଟ
ସବୁ ଜାଣି ମଧ୍ୟ ଉପେକ୍ଷିତ ମୁଁ
ଜାଣି, ମଧ୍ୟ ମୋ ଇପ୍ସିତ ବସ୍ତୁ
ବାଟବଣା ମୁଁ ଠିକଣା ମୋ
ମତେ ଅଜଣା
ଲକ୍ଷ୍ୟହୀନ
ପଥଭ୍ରଷ୍ଟ
ଯାହା ବି କହିଲେ
ଠିକ ହେବ
ଭୁଲ କିନ୍ତୁ କରିନି ମୁଁ
ଖାଲି ଠିକଣା ଖୋଜୁଛି
ମୁଁ ଦୃଢ ନିଶ୍ଚିତ
ପହଂଚିବି
ଗନ୍ତବ୍ୟସ୍ଥଳୀ
ବୋଲି ।
