STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ବାଟବଣା ପଥିକ

ବାଟବଣା ପଥିକ

1 min
252

ଭାଗ୍ୟର କି ବିଡ଼ମ୍ବନା

କର୍ମର କି ପ୍ରତାରଣା

ପଥିକ ମୁଁ ଆଜି ବାଟବଣା

ବାଟ ଭାବି ଅବାଟେ ମୁଁ ଗଲି

ଆଜି ଅବାଟରେ ବାଟ ଭୁଲି ଗଲି


କିଏ ଅବା ଜାଣିଥିଲା

ସମୟ ଏଇଠି ଥିଲା

ସମୟର ଅତିକ୍ରାନ୍ତ ପରେ

ପଡିଯିବି ସମୟ ଧୋକାରେ

ସମୟର ମାୟାଜାଲେ ଅନ୍ଧ ହୋଇ ଗଲି


କାମନାର ଲେଲିହାନ

କେଜାଣି କି ଆକର୍ଷଣ

ହରାଇଲି ଅକାରଣେ ପକ୍ଷ

ପାଶୋରିଲି ଜୀବନର ଦ୍ରାଘିମା ଓ ଅକ୍ଷ

ଦୁର୍ବାର ଆଶାରେ ଜଳି ଶକ୍ତିହୀନ ହେଲି


ଅତୀତକୁ ଜଳାଞ୍ଜଳି

ଭବିଷ୍ୟ ପଛେ ଧାଇଁଲି

ପଥ ଧାରେ ପଡିଥିବା ଖୁସି

ନ ସାଉଁଟି ଲକ୍ଷରେ ଭରସି

ବୃହତ୍ତର ଖୁସି ସ୍ୱପ୍ନରେ ହତାଦର ହେଲି


ତଥାପି ମୁଁ ବିଚାରୁଛି

ବାଟ କେତେ ବାକିଅଛି

ଥକିବିନି ଠକିବିନି ଆଉ

ବିଗତ ଆୟୁଷ ଯେତେ ଯାଉ

ପଥିକ ମୁଁ ପଥରେ ଶରଧା ରଖି

ଅନାବନା ଖୁସି ଖୁଣ୍ଟି ସୁଖେ ଚାଲିଥିବି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract