STORYMIRROR

Mamatamanjari Das

Abstract

2  

Mamatamanjari Das

Abstract

ବାଟ କହିଦିଅ ହୋଇ ମୋ ବନ୍ଧୁ

ବାଟ କହିଦିଅ ହୋଇ ମୋ ବନ୍ଧୁ

1 min
213

ସୁଖ ଦୁଃଖ ର ଏ ସଂସାର ହାଟରେ

ଯେବେ ମୁଁ ଯାଇଛି ହାରି

ସମୁଦ୍ର କୂଳରେ ବସିଯାଏ ଆସି

ତୁମ ନାମ ନେଇ ଦଇତାରୀ


ହୃଦୟରେ ଥାଏ ଆଶାର ଲହରୀ

ଚୁମି ଯାଏ ତାକୁ ଉର୍ମୀ

ନୀଳ ଢେଉମାଳେ ତୁମ ରୂପ ଦିଶେ

ମନ ହୁଏ ନଭ ଶ୍ଚୁମ୍ବୀ


ଉର୍ମୀମାଳେ ଦିଶେ ତୁମ ଦିବ୍ୟ ରୂପ

ପବନରେ ଭାସେ ତୁମରି ଗନ୍ଧ

ବଞ୍ଚିବାର ଏକ ନୀରବ ପ୍ରେରଣା

ସୃଷ୍ଟି କରେ ହୃଦେ ମଧୁର ଛନ୍ଦ


ସର୍ବମୟ ତୁମେ ସର୍ବ ବ୍ୟାପୀ ତୁମେ

ତୁମେ ପୁଣି ଅଟ ଜଗତ ବନ୍ଧୁ

ସୁଖରେ ହେଉ ବା ଦୁଃଖରେ ହେଉ

ବାଟ କହିଦିଅ ହୋଇ ମୋ ବନ୍ଧୁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract