STORYMIRROR

Nilakantha Nayak

Drama Thriller

3  

Nilakantha Nayak

Drama Thriller

ବାସ୍ କିଛି ପ୍ରଶ୍ନବାଚୀ

ବାସ୍ କିଛି ପ୍ରଶ୍ନବାଚୀ

1 min
169

କାହିଁକି

କେଜାଣି

କେମିତି ?

ଏମିତି ଅନେକ ପ୍ରଶ୍ନବାଚୀ !

ସତରେ

ଏଇ ଯେମିତି 

ମୁଁ ଓ ମୋର ଭିତରେ ଉତ୍ତର ଖୋଜୁଥିଲି ।

ଆଉ ,ମାପୁଥିଲି

ତୁଇ ଖଣ୍ଡ କାଠି ଓ ବାଉଁଶ ନଳୀ ରେ   

ଜୀବନର ଦୌର୍ଘ ପ୍ରସ୍ଥ ଓ ପରିସୀମା ।

ଏମିତି ଖୋଜୁଥିଲି 

ପଥର ଭିତରେ ଆତ୍ମୀୟ ଓ ପର ମଧ୍ୟରେ ତଫାତ ।

କେତେବେଳେ 

ବାସ୍ତବ ଅଵାସ୍ତଵ ସ୍ବପ୍ନ

ସାପ ଶିଡି ପରି ଉତ୍ଥାନ ପତନ ଖେଳ ।

ତ, ଆଉ 

କେତେବେଳେ ପୁଣି

ଜୁଆର ଭଟ୍ଟା ପରି ସଫେଦ ସ୍ବପ୍ନର ଲବଣାକ୍ତ ସ୍ଵାଦ ।

ପୂଣ୍ୟତା ଓ ଶୂନ୍ୟତା

କାହିଁ କେଉଁଠି ଅଛି ତଫାତ

ସାଧୁ ସନ୍ଥ କ'ଣ ନୀରବ ନିଦରେ

ଶୋଇଛନ୍ତି ଅୟୂତ ବର୍ଷ ନିମନ୍ତେ

ଆଉଥରେ ଭଗବାନ କେତେବେଳେ ଆସିବେ

ପୁଣି କ'ଣ ଫେରିବ କି ସେଇ ସତ୍ୟ ଯୁଗ

ସ୍ବାଧିନ କ'ଣ ?

ମୁକ୍ତ ପବନ‌ ଏଠି କାହିଁ

କାହିଁ ବିଶୁଦ୍ଧ ପ୍ରାକୃତିକ ଜଳ

ଖାଦ୍ୟ କମ୍ ଅଖାଦ୍ୟ ବେଶୀ କାହିଁକି 

ଚିନ୍ତା କମ୍ ଦୁଶ୍ଚିନ୍ତା ବେଶୀ ର କ'ଣ କାରଣ ?

ଜୀବନର ଏଇ

ଯୋଗ ବିୟୋଗ ହରଣ ଗୁଣନ ଭିତରେ

ପୁଣିଥରେ

କାହିଁକି

କେଜାଣି

କେମିତି

ଏମିତି ଏସବୁ ପ୍ରଶ୍ନବାଚୀ

ଭିତରେ ମୁଁ ଓ ମୋ ଆଖି

ଆଉ ଝରିପଡୁଥିବା 

ଅଣନିଃଶ୍ବାସୀ କେଇବୁନ୍ଦା ଲୁହ ଟୋପା 

ନୀରବେ ନଇଁପଡି ଏ ସବୁର ଉତ୍ତର ଖୋଜୁଥିଲା ।


Rate this content
Log in

Similar oriya poem from Drama