STORYMIRROR

Sunanda Mohanty

Abstract Action Inspirational

3  

Sunanda Mohanty

Abstract Action Inspirational

ବାର୍ଦ୍ଧକ୍ୟ

ବାର୍ଦ୍ଧକ୍ୟ

1 min
124

ଜୀବନ ଚକ୍ରର ଏଇ ଶେଷ ପାହାଚ

ଦେହ ମନରେ ଆସେ ରହିଛି ଉବାଚ

ଅନୁଭୁତି ସୁସମ୍ପର୍ଣ୍ଣ ପିନ୍ଧି କବଚ

ପରପିଢି ପାଇଁ ବାଢ଼େ ଉଦାହରଣ ପୁନଶ୍ଚ

ହେୟ ମଣିଲେ ବାର୍ଦ୍ଧକ୍ୟ ବୃଦ୍ଧ ମଣିବ ନୀଚ

ସମଚକ୍ରରେ ସିନା ଆସେ ଶେଷ ପାହାଚ

ବିଶ୍ଳେଷଣରେ ଜାଣିବ ଜ୍ଞାନ ପରିସର ଘଞ୍ଚ

ଶ୍ରେଷ୍ଠ ନାୟକ ଶ୍ରେଷ୍ଠ ବଣିକ ସଂସାର ରଙ୍ଗମଞ୍ଚ

ଉଦାସ ହତାସ ନିରାଶ କାଢ଼ି ହେବାକୁ ସ୍ବଚ୍ଛ

ଧର ଲେଖନୀ କରିବାକୁ ମାତୃଭାଷାର ଉଚ

ପାରିବାର ଓ ସମାଜ ବୃଦ୍ଧ ବୃଦ୍ଧାଙ୍କୁ ବଞ୍ଚାଇ ବଞ୍ଚ

ଅଢ଼େ ଇଦିନର ଏ ସଂସାର ରଙ୍ଗମଞ୍ଚ

ଆଜି ଓ ଆସନ୍ତା କାଲି ଅଜଣା,ଲୁହ ନପୋଛ

ସ୍ମୃତି ପୁର୍ବରୁ ପିତା ମାତାଙ୍କୁ ବାର୍ଦ୍ଧକ୍ୟ କର ଉଚ୍ଚରୁ ସୁଉଚ୍ଚ

ତଳ ବରଡା ଖସୁଛି, ଉପର ବରଡ଼ା ହସୁଛି ସ୍ଵଚ୍ଛ

ମଝିବରଡା ଥାଇ କହୁଛି ସରିଆସୁଛି ମୋ ରଙ୍ଗମଞ୍ଚ

ମନ ଠିକ ରଖି ଯୋଗରେ ନିରୋଗ ରହିଲେ ନିଶ୍ଚୟ

ବାଦ୍ଧକ୍ୟ ଜରା ନାମ ଲାଗିବ ନାହିଁ ଅସ୍ଵଚ୍ଛ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract