ବାର୍ଦ୍ଧକ୍ୟ
ବାର୍ଦ୍ଧକ୍ୟ
ମଣିଷ ଜୀବନ ଶେଷ ସମୟରେ
ବାର୍ଦ୍ଧକ୍ୟଟି ଆସିଥାଏ
ଏହି ଅବସ୍ଥାକୁ ଚତୁର୍ଥ ଅବସ୍ଥା
ଶାସ୍ତ୍ର ମୁଖେ କୁହାଯାଏ ।
ଛୋଟ ଥିଲା ବେଳେ କି ସୁନ୍ଦର ତାର
ସମୟଟି କଟିଯାଏ
ଯୌବନଟି ଯେବେ ପଦାର୍ପଣ କରେ
ସପନେ ବିଭୋର ହୁଏ ।
କରଇ ସଂସାର ଗୃହସ୍ଥ ଜୀବନ
ଦୁଃଖେ ସୁଖେ ଦିନ ଯାଏ
ଧୀରେ ଧୀରେ ସମୟଟି ଚାଲି ଯାଏ
ବାର୍ଦ୍ଧକ୍ୟଟି ଆସି ଥାଏ ।
ଏଇ ଅବସ୍ଥାଟି ଅତି ଶୋଚନୀୟ
ଗୋଟେ କୋଣେ ପଡି ଥାଏ
ବେଖାତିର ତାକୁ କେତେ କରୁଥାନ୍ତି
ଅପମାନ ଦ୍ୟନ୍ତି କିଏ ?
କୁକୁର ବିଲେଇ ପରି ବ୍ୟବହାର
ବାର କଥା କୁହାଯାଏ
ଇଚ୍ଛା ହେଲେ ଖାଇବାକୁ ସେ ଦିଅନ୍ତି
ନ ହେଲେ ସେମିତି ଥାଏ ।
କାହାକୁ କିଛି ସେ କହି ପାରେ ନାହିଁ
ଆଖି ଲୁହ ଗଡି ଯାଏ
ଭାଗ୍ୟକୁ ଆଦରି ମନ କଥା ମାରି
ଓପାସରେ ପଡି ଥାଏ ।
ବୟସର ଅପରାହ୍ନେ ପଡି ଶେଷେ
ନିଜକୁ ସେ ଦେଖୁ ଥାଏ
ଯାହା ପାଇଁ ସବୁ କର୍ମ ସେ କରିଲା
ଶେଷରେ ହେଲାନି ସିଏ ?
ବାର୍ଦ୍ଧକ୍ୟରେ ଯେବେ ଉଠି ସେ ପାରେନି
ଅବହେଳିତଟି ହୁଏ
କର୍ମକୁ ଆଦରି କାନ୍ଦୁଥାଏ ଭାରି
ମନ ଖୋଜେ ବନ୍ଧୁଟିଏ ।
ସେଇ ବନ୍ଧୁ ପତି ପତ୍ନୀ ହେଇଥାନ୍ତି
ପରସ୍ପର ସାଥିଟିଏ
ଜଣଙ୍କ ପାଇଁ ଯେ ଜଣଙ୍କ ଜୀବନ
ଉତ୍ସର୍ଗ କରନ୍ତି ସିଏ ।
ଶେଷ ସମୟରେ ତାର ସେବା ପାଇଁ
ଆବଶ୍ୟକ ହୁଏ ସିଏ
ସାହାରାଟି ତାର ପାଲଟିଣ ସେବା
କରି ମନ ତୋଷୁ ଥାଏ ।
ବାର୍ଦ୍ଧକ୍ୟ ସମୟେ ଜଣଙ୍କ ଆଗରୁ
ଜଣେ ଯଦି ଚାଲି ଯାଏ
କେତେ ଯେ ଯନ୍ତ୍ରଣା କଷ୍କମୟ ସେଇ
ସମୟଟି କହି ଦିଏ ।
ନିଃସଙ୍ଗତ ଏଇ ଏକାକୀ ଜୀବନ
କଷ୍ଟ ତାକୁ ଖାଇ ଯାଏ
ବାର୍ଦ୍ଧକ୍ୟ ଢୀବନ ଏମିତି ଗୋଟିଏ
ଶରରୀରକୁ ଛୁଇଁ ଥାଏ ।
ବାର୍ଦ୍ଧକ୍ୟ ସମୟେ ଜଣକ ସାହାରା
ଜୀବନରେ ଲୋଡା ହୁଏ
ସେଥିପାଇଁ ସିଏ ବିବାହ ବନ୍ଧନେ
ଆବଦ୍ଧଟି ହେଇଥାଏ ।
ଜୀବନଟି ଥିଲେ ବାର୍ଦ୍ଧକ୍ୟ ଅବସ୍ଥା
ଦିନେ ନିଶ୍ଚେ ଆସିଥାଏ
ଅନ୍ୟ ସାହାରାରେ ବଞ୍ଚିବାକୁ ପଡେ
ଏ କଥା ନା ଭୁଲି ହୁଏ ।
ଶେଷ ସମୟରେ ସେଇ ହରି ନାମ
ମୁକତି ପଥଟି ଦିଏ
ପତି କିମ୍ବା ପତ୍ନୀ ହେଉ ସେ ଜୀବନେ
ଶେଷ ସାହାରାଟି ସିଏ ।
