STORYMIRROR

Satyabati Swain

Classics

3  

Satyabati Swain

Classics

ବାର୍ଦ୍ଧକ୍ୟ ଆଇନା

ବାର୍ଦ୍ଧକ୍ୟ ଆଇନା

1 min
248

ହୃଦୟ କାନ୍ଥରେ

ଜମିଥିବା ଧୂଳି

ପୋଛି ଦିଏ ଯେବେ କେବେ

ଚକ୍ ଚକ୍ ଦିଶେ

ହଜିଲା କିଛି ପ୍ରିୟ ମୁହଁ

ଘଟଣା ସମୂହ

କିଛି ଚିହ୍ନ

କିଛି କ୍ଷତ

ଭାରି ସୁଖଦାୟୀ

ସେଇ ହଜିଲା ଅତୀତ।


ଉଖାରି ହୋଇ ଯାଏ

ଶୁଖିଲା ଘା

ମେନ୍ଦା ମେନ୍ଦା ରକ୍ତ ଝରେ

କେବେ ପୀଡା ଦିଏ 

କେବେ ଆଣେ ମଳୟ ବାଆ

ଖୁସିରେ ଗଦ୍ ଗଦ୍ ହୋଇ

ନିଃଶ୍ବାସ ହୁଅଇ ଖର

ଭାରି ଭଲ ଲାଗେ ତାକୁ

ମନେ ପକାଇବାକୁ ଲୋ ମିତ।


ବୟସ ନଈ

ପ୍ରଖରେ ଧାଅଇଁ

ମିଶିଵ ମୃତ୍ୟୁ ସମୁଦ୍ରେ

ସକାଳ,ମଧ୍ୟାହ୍ନ ଯାଇ

ସଂଜ ଆସେ ନଇଁ 

କେମିତି ଗୁପତରେ

ସବା ଶେଷେ ରାତି

ମନେ ଦିଏ ଭିତ୍ତି

ପିଲାଦିନ ଦିଶିଯାଏ କେବେ

ବାର୍ଦ୍ଧକ୍ୟର ଆଇନାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics