STORYMIRROR

Saroj Kumar Jena

Abstract

3  

Saroj Kumar Jena

Abstract

ବାରାଙ୍ଗନା

ବାରାଙ୍ଗନା

1 min
346

       

ମରତ ଧାମରେ ତନୟା ରୂପରେ

      ହେଉଛ ଅବତରଣ,

କଳିର କାଳରେ ତୁମରି ପାଶରେ

     ସବୁ ହେଉଛନ୍ତି ଲିନ ।।୧।

ଗୌର ବର୍ଣ୍ଣ ସଙ୍ଗେ ଶ୍ୟାମଳୀ ମିଶ୍ରିତ

     ତା ସଙ୍ଗତେ କୃଷ୍ଣ ବର୍ଣ୍ଣା ,

ସଭିଙ୍କ ବର୍ଣ୍ଣରେ ହେଉଅଛ ଆଭା

    ତୁମେ ଭାରି ଆନମନା ।।୨।

ଶୟନେ ସପନେ ଅବା ଜାଗରଣେ

     ଖୋଜଯେ ତୁମେ କାମନା ,

ଅପୂର୍ବ ନୟନେ ଚାହିଁ ରହିଥାଅ

   ମେଣ୍ଟାଇବା ପାଇଁ ତୃଷ୍ଣା ।।୩।

ଯାହାକୁ ଦେଖନ୍ତି ମୋହିତ କରନ୍ତି

    ସେ ଏକ କାଉଁରୀ କନ୍ୟା,

କାମନା ବାରିରେ ଭସାଇ ଦିଅନ୍ତି

   ସଭିଙ୍କ ମନରେ ବନ୍ୟା ।।୪।।

ହେଉସେ ନନ୍ଦିନୀ ଅବା ସେ ମାନିନୀ

   ହେଉ ଅବା କାହା ପତ୍ନୀ ,

କାମନା ପାଇଁକି ମାନନ୍ତି ନାହିଯେ

  ଦିବସ ଅବା ରଜନୀ ।।୫।।

ଯିଏ ସେ ଦେଖିବ ସିଏବି ଭାବିବ

  ସତେଜ ଭରା ସୁମନ ,

କେତେ କାହା ସଙ୍ଗେ ପିରତି ରଖିଣ

    ବିତାନ୍ତି ତାଙ୍କ ଜୀବନ ।।୬।।

ଆଉ କିଛି ତରୁଣୀ ଅଟନ୍ତି ଘରଣୀ

   ରଖନ୍ତି ଗୁପ୍ତ ସମ୍ପର୍କ ,

ସମାଜ ଆଗରେ ସତୀ ଭଳି ସଦା

     ଦେଖାନ୍ତି ତାଙ୍କ ମହକ ।।୭।।

କେତେଯେ ତନୁଜା ଭାରି ସେ ଅବୁଝା

     ପ୍ରେମରେ ମାରନ୍ତି ତୀର ,

ପ୍ରେମିକ ପାସରୁ କାମନା ସରିଲେ

      କରିଥାନ୍ତି ତାଙ୍କୁ ପର ।।୮।

ଉଦର ପୋଷଣ କରିବା ନିମନ୍ତେ

   କିଛି ହେଉଛନ୍ତି ଲିପ୍ତ ,

ଶୁଣହେ ବିନ୍ଧାଣୀ ତାଙ୍କରି ଜୀବନ

   ସତେ କଣ ଅଭିଶପ୍ତ ।।୯।।

ଯୁଗ ପରେ ଯୁଗ ବିତି ଗଲେ ସୁଦ୍ଧା

    ରହିବ ସଦା କାମନା ,

ଧରିତ୍ରୀ ବୁକୁରେ ସୃଷ୍ଟି ହେଉଥିବେ

      କେତେ ନୂଆ ବାରାଙ୍ଗନା ।।୧୦।।

ଏହି ଭଳି ସବୁ କଳିର ବକ୍ଷରେ

   ମେଣ୍ଟାନ୍ତି ତାଙ୍କ କାମନା ,

ଦୁନିଆ ଆଗରେ ସଭିଏଁ ବୋଲନ୍ତି

      ବାରାଙ୍ଗନା ବାରାଙ୍ଗନା ।।୧୧।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract