STORYMIRROR

Sunanda Mohanty

Action Inspirational Thriller

3  

Sunanda Mohanty

Action Inspirational Thriller

ବାପୁ

ବାପୁ

1 min
117


ହେ ଜାତିର ପିତା ଚିରନମସ୍ୟ

ଆଉ ଥରେ ଫେରିଆସ

ତୁମ ହାତଗଢା ସୁନାର ଦେଶ 

ଫୁଟେ ଯେଉଁ ସ୍ମିତହାସ୍ୟ ll


କେବଳ ତୁମରି ଅହିଂସା ପାଇଁ

ସ୍ୱଚ୍ଛ ମୋ ଭାରତ ଦେଶ

ସ୍ୱାଧୀନତା ଧରାଇଲ ହାତେ

ଗଢିବାକୁ ନିଜ ଭାଗ୍ୟ ଭବିଷ୍ୟ ll


ଭରିଦିଅ ଆଶିଷ ହେ ମହାପୁରୁଷ

ନଈଧାରେ କାଶତଣ୍ଡୀର ମଧୁର ହସ

ମହାତ୍ମା ତୁମେ ଜାତିର ପିତା

ତୁମ ବଳିଦାନ ମନ୍ତ୍ର ତନ୍ତ୍ର ପ୍ରକାଶ

ଅହିଂସା ମନ୍ତ୍ର ସ୍ୱଚ୍ଛତା ତନ୍ତ୍ର ଭାଇଚାରା ଯନ୍ତ୍ର ll


ଆଜି ଏ ବିଶ୍ୱପ୍ରକାଶ ପିୟୁଷ

ଆସ ଆସ ବାପୁ ଫେରିଆସ

ଅରଟରେ ସୂତା କାଟି ବାନାଇବା ଗୋଟେ ଫାଶ

ଏକତା ସୂତ୍ରରେ ଗୋଟିଏ ସୂତାରେ ll


ସର୍ବେ ହେବେ ଭାରତ ବର୍ଷେ ବଶ

ତୁମ ଜୟନ୍ତୀରେ କରୁଛୁ ପ୍ରଣାମ

ପ୍ରତ୍ୟକ ହୃଦୟରେ କର ବାସ ll



Rate this content
Log in

Similar oriya poem from Action