STORYMIRROR

ମୁକ୍ତିରାଣୀ ଦେବତା

Inspirational

4  

ମୁକ୍ତିରାଣୀ ଦେବତା

Inspirational

ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

1 min
383


ରାଷ୍ଟ୍ର ସେବକ ଅହିଂସା ପୂଜାରୀ

ସଭିଁଙ୍କର ପ୍ରିୟ ଗାନ୍ଧୀ

ଦେଶର ସ୍ୱରାଜ୍ୟ ଆଣିବା ପାଇଁ ସେ

ହୋଇଥିଲେ ପୁଣି ବନ୍ଦୀ ।।


ଜୀବନକୁ ତାଙ୍କ ବଳିଦାନ ଦେଇ

ଦେଶର ରଖିଲେ ଯଶ 

ନୀତି ନ୍ୟାୟକୁ ଯେ ଆପଣାର କଲେ

ନ ହୋଇ କାହାର ବଶ ।।


ଅହିଂସାର ନୀତି ଚୁଲିକି ଗଲାଣି

ଗାନ୍ଧୀଙ୍କୁ ପଚାରେ କିଏ 

ମଦର ବନ୍ୟାରେ ଭାସୁଅଛି ଦେଶ

ପଇସା ଫୋପଡା ହୁଏ ।।


ଲାଞ୍ଚ ମିଛକୁ ଯେ ମାନନ୍ତି ସର୍ବସ୍ୱ

ଧରମକୁ ନାହିଁ ଭୟ 

ଲୋଭ ଓ ପାପର ବଶବର୍ତ୍ତୀ ସର୍ବେ

ଅଧର୍ମର ହୁଏ ଜୟ ।।


ଚାଲରେ ସଭିଁଏ ବାପୁଙ୍କର ମାର୍ଗେ

ଅନୁପ୍ରାଣିତ ଯେ ହେବା

ଦେଶମାତୃକାର ସେବାଲାଗି ଦିନେ 

ପ୍ରାଣବଳି ପୁଣି ଦେବା ।।


        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational