Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Muktirani Debata

Inspirational

4  

Muktirani Debata

Inspirational

ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

1 min
380



ରାଷ୍ଟ୍ର ସେବକ ଅହିଂସା ପୂଜାରୀ

ସଭିଁଙ୍କର ପ୍ରିୟ ଗାନ୍ଧୀ

ଦେଶର ସ୍ୱରାଜ୍ୟ ଆଣିବା ପାଇଁ ସେ

ହୋଇଥିଲେ ପୁଣି ବନ୍ଦୀ ।।


ଜୀବନକୁ ତାଙ୍କ ବଳିଦାନ ଦେଇ

ଦେଶର ରଖିଲେ ଯଶ 

ନୀତି ନ୍ୟାୟକୁ ଯେ ଆପଣାର କଲେ

ନ ହୋଇ କାହାର ବଶ ।।


ଅହିଂସାର ନୀତି ଚୁଲିକି ଗଲାଣି

ଗାନ୍ଧୀଙ୍କୁ ପଚାରେ କିଏ 

ମଦର ବନ୍ୟାରେ ଭାସୁଅଛି ଦେଶ

ପଇସା ଫୋପଡା ହୁଏ ।।


ଲାଞ୍ଚ ମିଛକୁ ଯେ ମାନନ୍ତି ସର୍ବସ୍ୱ

ଧରମକୁ ନାହିଁ ଭୟ 

ଲୋଭ ଓ ପାପର ବଶବର୍ତ୍ତୀ ସର୍ବେ

ଅଧର୍ମର ହୁଏ ଜୟ ।।


ଚାଲରେ ସଭିଁଏ ବାପୁଙ୍କର ମାର୍ଗେ

ଅନୁପ୍ରାଣିତ ଯେ ହେବା

ଦେଶମାତୃକାର ସେବାଲାଗି ଦିନେ 

ପ୍ରାଣବଳି ପୁଣି ଦେବା ।।


        


Rate this content
Log in

Similar oriya poem from Inspirational