STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ବାପୁ ତୁମେ ଫେରିଆସ

ବାପୁ ତୁମେ ଫେରିଆସ

1 min
109

ଆଉଥରେ ଦେଖିବା

ନୂଆ ନୂଆ ସପନ

ଗଢିବା ସୁନାର ଭାରତ

ଆଉ ଜଗତେ ରଖିବା ମାନ


ଦେଶପ୍ରୀତି ସର୍ବେ ପାସୋରିଦେଲେଣି

ହିଂସା ପ୍ରୀତି କରି ହେଲେଣି ବାଇଆ

ମନରେ ତାଙ୍କର ଜାତିଆଣ ଭାବ

ସ୍ୱାର୍ଥପର ଏଠି ପିଲା ଠୁ ବୁଢ଼ା


ରାମରାଜ୍ୟ ତୁମ ସପନ ହେଲାଣି

ମିଥ୍ୟା, ଅନ୍ୟାୟ ର ରାଜୁତି ଏଠି

ବିକୃତ କଲେଣି ମନର ଭାବନା

ଦେଶ ଯାଉ ପଛେ ପାଣିରେ ଭାସି


ନିଜ ସ୍ୱାର୍ଥ ପାଇଁ ମଣିଷ ମାରନ୍ତି

ଅପରାଧୀ ସବୁ କରନ୍ତି ମଜା

ନିରୀହ ଜୀବନ ହୁଏ ହଇରାଣ

ପୁଣି ତାକୁ ହୁଏ ଜୀବନ ସଜା


ଫେରିଆସ ବାପୁ ଆଉଥରେ ତୁମେ

ନୂଆ କରି ଦେଶ ଗଢ଼ି ତୋଳିବା

ପୂରୁବ ଗୌରବ ପୂରୁବ ମହିମା

ପୁଣି ଥରେ ଆମେ ଫେରାଇ ଆଣିବା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract