STORYMIRROR

Swatishree Pandit

Drama Inspirational Others

3  

Swatishree Pandit

Drama Inspirational Others

ବାପୁ ତୁମେ କେଉଁଠି

ବାପୁ ତୁମେ କେଉଁଠି

1 min
41

ହେ ବାପୁ ତୁମର ସ୍ଵାଧୀନ ଭାରତ

ଆଜି ଖେଳୁଛି ହୋଲି ର ରକତ


ତୁମେ ଦେଖାଇଥିବା ଅହିଂସା ମାର୍ଗ

ଆଜି ହିଂସାରେ ଧରିଛି ଖଡ୍‌ଗ


ତୁମର ରାମ ରାଜ୍ୟର ସ୍ବପ୍ନ

ଆଜି ମରା ରାଜ୍ୟରେ ପାଲଟିଛି


ତୁମର ସେଇ ଚସମା

ଆଜି ସ୍ୱଚ୍ଛ ଭାରତ ର ଗାରିମା


ତୁମର ସେ ତିନି ମାଙ୍କଡ଼ ନିତୀ

ଓଲଟା ରେ କରୁଛି ରାଜନିତୀ


ଦୁର୍ନୀତି ରୋକିବା ଅଭିଯୋଗରେ

ସତ୍ୟାଗ୍ରହ ଏଠି ମିଥ୍ୟା ଗ୍ରହରେ


ରକ୍ଷକ ସାଜିଛି ଏଠି ଭକ୍ଷକ

ଚିନ୍ତା ରେ ଏଠି ଗ୍ରାହକ


ନାରୀ ସଶକ୍ତିକରଣ ନାରେ

ଚାଲିଛି ଏଠି ନରୀ ଶୋଷଣ


 ତୁମେ କହୁଥିଲ ସବୁ ଧର୍ମ ସମାନ

ଆମେ ସବୁ ଭାଇ ଭାଇ

 

ଆଜି କିନ୍ତୁ ଭାଇ ର ରକ୍ତରେ 

ଭାଇ ମେଣ୍ଟା ଉଛି ଶୋଷ


ବାପୁ ତୁମେ ପୁଣି ଥରେ ଫେରିଆସ

 ସୁନାର ଭାରତ ଗଢବା ତୋଳିବା


ନଥିବ କିଛି ଛନ୍ଦ ନ ଥିବ କିଛି କପଟ

ଭାରତୀୟ ର ଭାଇଚାରା ନିତୀରେ ଚାଲନ୍ତେ


ଭାରତମାତା ର ଅମୃତ ସନ୍ତାନ ହୋଇ

ହେ ବାପୁ ତୁମେ ପୁଣି ଥରେ ଚାଲିଆସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama