ବାପୁ ହେ****
ବାପୁ ହେ****
କେତେ ଯେ କଷଣ ସହିଛ ବାପୁ ହେ
ଆପଣା ଜୀବନ ଦାନେ
ସତ୍ୟ ଅହ୍ମୀସା ପ୍ରେମର କଥା
କହି ସଵୁରି କର୍ନେ
ଭାରତ ଭୂଇଁ ହେଲା ମୁକତି
ଲଢ଼ି ତୁମରି ବଳେ
ବିଦେଶୀ ହାତୁ ଛଡାଇ ଆଣି
ସ୍ୱାଧୀନ କଲ କାଳେ
ପରର ଚିନ୍ତା ପାଇଁକି ତୁମେ
ସଦା ମନେ ଭାଳୁ ଥିଲ
ଜୀବନ କୁ ତବ କରି ସମର୍ପଣ
ସୁଖ ଶାନ୍ତି ଆଣିଦେଲ
ଶାନ୍ତିର କଥା ଏକତାର ବାର୍ତା
ତୁମ ଠାରୁ ଆମେ ଶିଖିବୁ
କେଉଁ କୌଶଳେ ଗଢିଲ ଜୀବନ
ତୁମ ପଥ ଅନୁସରିବୁ
ସୁନାର ଭାରତ ଗଢିବା ପାଇଁକି
ମନରେ ଭରିବୁ ସପନ
ସ୍ୱଚ୍ଛତାବାରତା ତୁମରି ସ୍ଵପ୍ନ
କରିବୁ ଆମେ ପୂରଣ
ତୁମରି ଆଶିଷ ଥିଲେ ମଥା ପରେ
ଜିତିବୁ ଜୀବନ ଯୁଦ୍ଧରେ
ଜନମ ଦିବସେ ସୁମନ ଅରପି
ପୂଜୁ ତୁମ ଶ୍ରୀଚରଣରେ
