STORYMIRROR

PUSPALATA SAHOO

Classics

3  

PUSPALATA SAHOO

Classics

ବାପୁ ହେ****

ବାପୁ ହେ****

1 min
271

କେତେ ଯେ କଷଣ ସହିଛ ବାପୁ ହେ

ଆପଣା ଜୀବନ ଦାନେ

ସତ୍ୟ ଅହ୍ମୀସା ପ୍ରେମର କଥା

କହି ସଵୁରି କର୍ନେ

ଭାରତ ଭୂଇଁ ହେଲା ମୁକତି

ଲଢ଼ି ତୁମରି ବଳେ

ବିଦେଶୀ ହାତୁ ଛଡାଇ ଆଣି

ସ୍ୱାଧୀନ କଲ କାଳେ

ପରର ଚିନ୍ତା ପାଇଁକି ତୁମେ

ସଦା ମନେ ଭାଳୁ ଥିଲ

ଜୀବନ କୁ ତବ କରି ସମର୍ପଣ

ସୁଖ ଶାନ୍ତି ଆଣିଦେଲ

ଶାନ୍ତିର କଥା ଏକତାର ବାର୍ତା

ତୁମ ଠାରୁ ଆମେ ଶିଖିବୁ

କେଉଁ କୌଶଳେ ଗଢିଲ ଜୀବନ

ତୁମ ପଥ ଅନୁସରିବୁ

ସୁନାର ଭାରତ ଗଢିବା ପାଇଁକି

ମନରେ ଭରିବୁ ସପନ

ସ୍ୱଚ୍ଛତାବାରତା ତୁମରି ସ୍ଵପ୍ନ

କରିବୁ ଆମେ ପୂରଣ

ତୁମରି ଆଶିଷ ଥିଲେ ମଥା ପରେ

ଜିତିବୁ ଜୀବନ ଯୁଦ୍ଧରେ

ଜନମ ଦିବସେ ସୁମନ ଅରପି

ପୂଜୁ ତୁମ ଶ୍ରୀଚରଣରେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics