Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Children

3  

Pinku Ranbida

Children

ବାପାର୍ ଖନେ ଯାତରା ଦେଖା

ବାପାର୍ ଖନେ ଯାତରା ଦେଖା

1 min
180


କେତେ ବନେଥିଲା ଛୁଆବେଲର୍ ଦିନ୍

ବାପା ସାଙ୍ଗେ ଯାତରା ଦେଖା,

ଖନ୍ ଉପୁରେ ତାକର୍ ବସିକରି

ମଜା ଲାଗୁଥିଲା ଯାତରା ଦେଖା ।


ଭିଡ୍ ଭାଡ୍ ହେଇଗଲେ କେନୁ ଟିକେ

ହାତ୍ କେ ଧରୁଥିଲେ ମୋର୍,

କହୁଥିଲେ ବାବୁରେ

ଗୋଡ୍,ହାତ୍ ଚିଆଲନ କାଏ ତୋର୍।


ଆ ମୋର୍ ଖନ୍ ଉପୁରେ ବସି

ଦେଖାମି ଚାରି ଦିଗେ ତତେ,

ଯେତେବେଲେ ଭୋକ୍ ଲାଗ୍'ଲେ

କହେବୁ ବାବୁରେ ମତେ ।


ବୁଲି ବୁଲି କରି ଦେଖୁଥିଲି ସବୁ

ବାପାର୍ ଖନ୍ ଉପୁରେ ବସି,

ଯେତେ ଦରଦ୍ ହେଲେବି ବାପାକେ

ମତେ ଦେଖି ଦେଉଥିଲେ ହସି । 


ନାଇଁ ପାରୁଥିଲି ଜାଣି ଦରଦ୍ କାଣା ଯେ

ମନ୍'କେ ମନ୍ ଦେଖୁଥିଲି,

ମିନାବଜାର୍ ଠାନେ ଗାଡି,ମଟର୍ ଥି

ପଇସା ଦେଇ ବସୁଥିଲି ।


ଖାଇ ଖାଇ ମୋର୍ ପେଟ୍ ପୁରିଗଲେ

ଆଉ ଖାଏବୁ କାଏଁ କହୁଥିଲେ,

ବାପା ମୋର୍ ପାନ୍ ଗୁଟେ ଖାଇକରି

ମତେ ପେଟେ ଖୁଅଉଥିଲେ ।


ସୋର୍ ପଡିଗଲେ ସେ ଯାତରା ଦେଖା

ଛୁଆ ହେଇଯାଏତି କାଏ ଭାବ୍'ସି,

ବାପାର୍ ଖନେ ଆର୍ ଥରେ ବସି

ଯାତରା ଦେଖ୍'ତି ହସି ହସି ।



Rate this content
Log in

Similar oriya poem from Children