STORYMIRROR

Suresh chandra Padhy

Fantasy

4  

Suresh chandra Padhy

Fantasy

ବାପା

ବାପା

1 min
12

 ବାପା ତୁମ ପରି କିଏ ହୋଇବ
 ଯିଏ ମନ ଜାଣି ସବୁ ଆଣି ଦେବ
 ବାପା ଶବ୍ଦ କେତେ ମଧୁର ଲାଗେ
 ଦିନ ବିତି ଯାଏ ମୋର ତୁମ ଆଗେ
ତୁମ ପାଇଁ ସବୁ ମିଳି ଯାଏ
ସରଗ ସୁଖ ସହଜ ହୁଏ
 ଦୁନିଆ ରେ ବାପା ଥିଲେ ପାଖରେ
 ସଭାରେ ପୁଅ କେବେ ହାରି ବନି ରେ
 ଶିକ୍ଷା ସଂସ୍କାର ଦେଇ ଆଗେଇ ନେଲ
ମୋ ଶରୀର ପିତା ତୁମେ ହୋଇଲ
 ମୋତେ ଆକଟ କରି ତୁମେ ନିଅ
ଆପଣାର କରି ସଦା ପାଖେ ଥାଅ
 ତୁମେ ଅଛ ବୋଲି ଚାଲେ ପରିବାର
ସୁଖ ଦୁଃଖ ବୁଝ ସର୍ବଦା ଆମର
ତୁମ ବିନା କିଏ ବା ଆଉ ପଚାରେ
ଦୁନିଆ ସାରା ପର ଲାଗେ ରେ
 ବାପା ତୁମ ପରିଚୟ ପାଇ ରହିଲୁ
 ତୁମ ପାଇଁ ଛୋଟ ରୁ ବଡ଼ ହୋଇଲୁ
ଆମ ଭବିଷ୍ୟତକୁ ତୁମେ ଚିନ୍ତା କର
ଆମ ପାଇଁ ତୁମେ ହେଉ ଥାଅ ଅଧିର
ବାପା ତୁମ ଆଶିଷ ସଦା ଝରି ପଡୁ
 ଆମ ଜୀବନ ନୌକା ଆଗକୁ ମାଡୁ
 ତୁମରି ରକ୍ତ ବୋହି ଯାଏ ଆମ ଭିତରେ
 ସାହା ହୋଇ ରୁହ ଆମ କର୍ମ ପଥରେ
ବାପା ତୁମ ପରି ଆଉ ନିଜର କିଏ ହେବ
 ଲାଳନ ପାଳନ କରି କିଏ ଆଉ ଗଢ଼ିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy