STORYMIRROR

Deepak Kumar Mishra

Inspirational

3  

Deepak Kumar Mishra

Inspirational

ବାପା

ବାପା

1 min
762

ବାପା ତୁମକୁ ଖୋଜେ ଭଙ୍ଗା ଖେଳନାର

ଅଲୋଡ଼ା ପ୍ଲାଷ୍ଟିକ ଚକରେ

ସେଲୁନ ବାହାରେ ଦୋହଲୁଥିବା କାଠ ବେଞ୍ଚ

ତୁମକୁ ଆଜି ବି ଝୁରେ

ତୁମେ କୁହ, ତା ବୋଉ କହିଛି ଆଗପଟ ଚୁଟି ଟିକେ ଥାଉ l

ପାନଖିଆ ଦାନ୍ତର ସପ୍ତରଙ୍ଗୀ ଛିଟା

ଖୋଲା ଓଠ ଭିତରୁ ଝଟକି ଉଠେ,

କଇଁଚିର କଚକଚ ଶବ୍ଦ ଆଉ ତୁମ ବିରକ୍ତିକର ହସ,

ଆଜି ବହୁତ ମନେ ପଡେ l

ତୁମ ଉଷୁମ କାନ୍ଧରେ ବସିବାର ମଜା,

ମଇଳା ପଇତାରେ ବନ୍ଧା

ଚାବିକାଠିର ଛବି

ଏବେବି ଅଛି ତାଜା l

ତୁମର ଅଇଁଠା ଥାଳିରେ

ଜାଣି ଛାଡିଯାଇଥିବା ତରକାରୀର ସ୍ୱାଦ,

ପୁରୁଣା ସାଇକେଲର ଚେନ ଭିଡୁଭିଡୁ ତୁମର

ମୁରବିପଣିଆର ରାଗ

ଆଜି ବି ମନେପଡେ l

ଜହ୍ନମାମୁଁ ଆଣିଦବାକୁ

କେବେ କହିନ ତ ସତ,

କିନ୍ତୁ ଡାକ୍ତର ପାଖରେ ତୁମର କାକୁତି ମିନତୀ

ସତରେ ଆଜିବି ଅଚ୍ଛି ମନେ l

ତୁମ ଟ୍ୟୁସନ ମାଷ୍ଟ୍ର ଖୋଜା,

କଲେଜ ଫିସର ବକେଆ ପଇସାରେ

ଚକଲେଟ ଖିଆ ମଜା ,

ମିଛିମିଛିକା ତୁମ ଉଠା ପାହାର,

ତୁମ ପିଠି ଉପରେ ଚାଲିବାର ସଉକ,

ମନେ ଅଛି ମୋର l

କାହିଁକି କେଜାଣି.

ବାପା ! ଆଜି ବହୁତ, ବହୁତ ମନେପଡ ତୁମେ l 


Rate this content
Log in

Similar oriya poem from Inspirational