Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Children

4  

Ansuman Swain

Children

ବାପା

ବାପା

1 min
217


ଏମିତି ଏକ 

ବାପା ଶବ୍ଦ ଟି

ସୁଖ ଶାନ୍ତିରେ

ସିଏ ସମୃଦ୍ଧି

ଫୁଟାନ୍ତି ମୁଖେ ହସ,

ତାଙ୍କରି ନାମେ

ସଂସାର ଚିହ୍ନେ

ତାଙ୍କରି ଲାଗି

ଦୁନିଆ ଦେଖେ

ଛ ଋତୁ ବାର ମାଷ...।

ବାପାଙ୍କ ମାଡ଼

ରାଇଜ ଛାଡ଼ 

କୁହନ୍ତି ସବୁ

ପଲ୍ଲୀ ରେ ମୋର

ମୁଁ, କରେନି ବିଶ୍ୱାସ,

ମୋ ଭାଗ୍ୟରେ ତ

ଆସିନି କେବେ

ଆସିଛି ଖାଲି

ସ୍ନେହର ହୋଲି 

ସାଜି ସୁନ୍ଦର ବେଶ ।

ସିଏତ ମୋର 

ବଡ଼ ଦେଉଳ

ତାଙ୍କରି ବସ୍ତ୍ର

ନାଲିଆ ନେତ

ଉଡଈ ଫର ଫର,

ତାଙ୍କ ହୃଦୟ

ତୁଳସୀ ବନ

ପବିତ୍ର ତାଙ୍କ

ସୁନ୍ଦର ମନ

ହସାନ୍ତି ବାରମ୍ବାର ।

ତାଙ୍କରି ହସ୍ତ

ମସ୍ତକେ ମୋର

ରହିଛି ସଦା

ସାଜି ମନ୍ଦିର 

ସେତ ସୁନ୍ଦର ଦେବ,

ସବୁ ଜାଣନ୍ତି

ହସି ଦିଅନ୍ତି

କିଏ ବି କେବେ

ନ ପାଉ କଷ୍ଟ

ଏ ଭଳି ତାଙ୍କ ଭାବ ।

ବାପା ଈଶ୍ୱର

ବାପା ସୁନ୍ଦର

ବାପାଙ୍କୁ ମୋର

 କୋଟି ଜୁହାର

ସତେ କି କେଡେ ଭାଗ୍ୟ,

ତାଙ୍କରି କର୍ମ

ଅଭୁଲା ସ୍ମୁତି

ତାଙ୍କରି କୀର୍ତି

ଝୁରେ ମୁଁ ନିତି

ସେ ହିଁ ସଂସାରେ ସତ୍ୟ ।



Rate this content
Log in

Similar oriya poem from Children