STORYMIRROR

Samar Ballav Bhoi

Abstract Action Inspirational

4  

Samar Ballav Bhoi

Abstract Action Inspirational

ବାପା

ବାପା

1 min
165


ବାପା ପାଣି ପବନ ସମାହାର 

ଖରା ବର୍ଷା ପାଇଁ ସିଏ ମୋ ଛତା

ପରିବାରର ଶ୍ରେଷ୍ଠ ମନ୍ତ୍ର ଯନ୍ତ୍ର ସିଏ

ସର୍ବଦା ଚଳଚଞ୍ଚଳ ଥାଆନ୍ତି ବାପା।।


ବିଶ୍ବାସର ଅନ୍ୟ ନାମ ତୁମେ

ତୁମେ ତ ବନ୍ଧୁ ଓ ମୋ ସାହସ

ଦୁଃଖରେ ଥାଇ ହସୁ ଥାଅ ତୁମେ

ସତେ ତୁମେ ଅଟ ବିଶାଳ ଆକାଶ।।


ବାପା ତୁମେ ଆତ୍ମବିଶ୍ବାସର ପ୍ରତିଛବି 

ପରିବାରର ପାଇଁ ବିସ୍ତୃତ ମାନଚିତ୍ର 

ଗୁଗୁଲ ମ୍ୟାପ୍ ପରି ପରିବ୍ୟାପ୍ତ ତୁମେ

ସବୁ ଖବରର ମୁଖ୍ୟ ସମ୍ବାଦ ପତ୍ର।।


ବାପା ମୋ ପାଇଁ ସରଗ ସମାନ

ବାପା ମୋ ପାଇଁ ପରମ ତପ

ତେଲ ଲୁ୍ଣ ଦୁନିଆରେ ସିଏ ଆଧାର

ଜୀବନ ନଈରେ ବିଶ୍ବାସର ପରିମାପ।।


ବାପା ମୋ ବନ୍ଧୁ ମୋ ପଥ ପ୍ରଦର୍ଶକ

ପଥର ପରି ଏକ ଶକ୍ତ ଚଟାଣଟିଏ

ସନ୍ତାନର ଖୁସିରେ ଖୁସି ଯେ ତମେ

ସନ୍ତାନ ପାଇଁ ବରଗଛର ଛାଇ ସିଏ।।


ବାପା ତୁମେ ମୋ ଜଗତ ଈଶ୍ୱର 

ତୁମ ବିନା ମୁଁ ଅଟେ ସଂସାର ଅନାଥ

ତୁମେ ମୋର ଜୀବନର ଅତୁଟ ବନ୍ଧନ

ବାଟ ହୁଡିଲେ ଦେଖାଇ ଦିଅ ସୁପଥ।।


#MyDadMyHero


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract