Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sudhanjali Mishra

Inspirational

3  

Sudhanjali Mishra

Inspirational

ବାପା

ବାପା

1 min
570



ପିତା ଧର୍ମ,ପିତା ସ୍ବର୍ଗ,ପିତା ହିଁ ପରମ ତପ

ପିତା ସନ୍ତୋଷ ଦେବ ତୋଷ ଦୂରହୁଏ ସନ୍ତାପ

ପିତା ଧର୍ମ,ପିତାସ୍ବର୍ଗ ।

ପିତୃ ସତ୍ୟ ପାଳି ଗଲେ ରାମଚନ୍ଦ୍ର

ଚଉଦ ବର୍ଷ ବନବାସ

ପିତା ଇଚ୍ଛା ଲାଗି କଲେ ଦେବବ୍ରତ

ନିଜ ଯଉବନ ନାଶ ।

ପିତାଧର୍ମ,ପିତାସ୍ବର୍ଗ ପିତା ହିଁ ପରମ ତପ

ପିତା ଦିବ୍ୟ,ପିତା ନିତ୍ୟ ପିତାଙ୍କ ନାମଜପ

ପିତାଧର୍ମ,ପିତା ସ୍ବର୍ଗ ।

ପିତାଙ୍କ ଆଦେଶ ମାନି ନଚିକେତା

ସ୍ବଦେହେ ସ୍ବର୍ଗ ଗମନ

ପିତାଙ୍କ ଆଦେଶେ କଲେ ପର୍ଶୁରାମ

ମାତାଙ୍କ ଶିରଛେଦନ ।

ପିତା ଧର୍ମ,ପିତା ସ୍ବର୍ଗ ପିତାହିଁ ପରମତପ

ପିତା ଆଶୀର୍ବାଦେ ନାଶ ହୁଏ ପାପ 

ପିତାଧର୍ମ,ପିତା ସ୍ବର୍ଗ ।

ପିତା ଧର୍ମ,ପିତାସ୍ୱର୍ଗ ପିତା ହିଁ ପରମତପ

ପିତା ସନ୍ତୋଷ ଦେବତୋଷ ଦୂରହୁଏ ସନ୍ତାପ

ପିତାଧର୍ମ ।

      


Rate this content
Log in

Similar oriya poem from Inspirational