STORYMIRROR

PUSPALATA SAHOO

Tragedy

4  

PUSPALATA SAHOO

Tragedy

ବାପା

ବାପା

1 min
23.6K

ମାଟି ଜଳ ବାୟୁ ଲୋଡ଼ା ହୋଇ ଥାଏ     

ଛୋଟିଆ ଗଛଟି ପାଇଁ 

ବାପା ବିନା ଜାଣ ମନୁଷ୍ୟ ଗଛର           

ସୃଷ୍ଟି ଅସମ୍ଭବ ଭାଇ ।।

ମାତାର ଗରଭେ ଵୀଜ ସଂଜୀବନୀ 

ବପନ କରଇ ପିତା 

ଦୁନିଆ ଆଗରେ ପରିଚୟ ତାଙ୍କ 

ଆମରି ଜନମ ଦାତା ।।

ସେନେହ ଶରଧା ଥାଏ ଅନ୍ତରରେ 

ଉପରେ ଆକଟ ଭାରି 

ହାତ ଧରି ଆମ ଚାଲନ୍ତି ସାଥିରେ 

ସୁରକ୍ଷା କବଚ ପରି ।।

ସଂସ୍କାର ନିୟମ ଶୃଙ୍ଖଳା ସଂଯମ 

ତାଙ୍କରି ଆଦର୍ଶ ନୀତି 

ମାନି ଚଳୁଥିଲେ ନ ଆସେ ବିପତ୍ତି 

ନ ଥାଏ ମନରେ ଭୀତି ।।

ସ୍ୱର୍ଗଠାରୁ ବଡ଼ ଆକାଶୁ ବିଶାଳ 

ଧର୍ମ ସମ ତୁଲ୍ୟ ସେହି 

ତାଙ୍କ ଆଦର୍ଶରେ ଗଢିଲେ ନିଜକୁ 

ପରାଜୟ କେବେ ନାହିଁ ।।

କୋମଳ ହୃଦଟି ସେନେହରେ ଭରା 

ସତେକି ପିୟୁଷ ସମ

ସକଳ ତୀର୍ଥ ତାଙ୍କରି ଚରଣେ 

ହେଜ ଅଧମ ସନ୍ତାନ ।।

ପଛେ ଥାଇ ସଦା ସାହାରା ଦିଅନ୍ତି 

ସିଏ ଆମ ମେରୁଦଣ୍ଡ 

ପୂଜୁଥିବା ତାଙ୍କୁ ମନର ମନ୍ଦିରେ 

ଦେବା ନାହିଁ କେବେ ଦଣ୍ଡ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy