ବାପା
ବାପା
ଯେତେବେଳେ ଯାହା ଅର୍ଦ୍ଦଳି କରିଛି
ତୁମେ ତ ଦେଇଛ ମୋତେ
ବଟ ବୃକ୍ଷ ସାଜି ମୋ ମନସ୍କାମନା
ପୂରଣ କରିଛ କେତେ ।
ଜୀବନର ବାଟ ଚାଲିବା ଶିଖିଛି
ସତ୍ୟକୁ ପାଥେୟ କରି
ତୁମେ ଥିଲେ ପାଖେ ଅଗ୍ନି ଅବା ବନ୍ୟା
ବିପଦ ରୁ ଯିବି ତରି ।
ପ୍ରାଣ ବାୟୁ ମୋର ହୃଦୟର ତୁମେ
ଶିରା ପ୍ରଶିରା ର ରକ୍ତ
ବାପା ତୁମେ ପୂଜ୍ୟ ଦୟାଳୁ ଠାକୁର
ମୁହିଁ ତୁମ ସେବାୟତ ।
ସଦା ତୁମ ପାଦ ସେବା କରୁଥିବି
ଦିଅ ମତେ ଆଶୀର୍ବାଦ
ସବୁ ଜନ୍ମେ ତୁମ କନ୍ୟା ହୋଇ ରୁହେ
ନ ହେଉ କେବେ ବିଚ୍ଛେଦ ।
