ବାପା
ବାପା


ସବୁ ପିଲା ପାଇଁ ବାପା ଶବ୍ଦ ଅମୂଲ୍ଯ,
ପିଲାର ଇଚ୍ଛା ପୂରଣ ପାଇଁ,
ବାପା କିଛି ବି କରିବାକୁ ପଛାନ୍ତି ନାହିଁ,
ବାପା ନୁହଁନ୍ତି କାହାର ତୁଲ୍ଯ,
ବାପା ସଦା ଅମୂଲ୍ଯ।
ଖାଲି ଜନ୍ମ କଲା ବ୍ଯକ୍ତି ବାପା,
ଜିଏ ଜୀବନରେ ବାପାଙ୍କ କର୍ତ୍ତବ୍ଯ କରେ,
ଅନ୍ୟ ସଂପର୍କ ସମ୍ବୋଧନ କଲେ ବି ସିଏ ବି ବାପା,
ଏମିତି ଖୁବ୍ କମ୍ ଲୋକ ଆସନ୍ତି ଜୀବନରେ।
ପିଲାଦିନେ ବାପା ବନନ୍ତି ପଥିକ,
ପାଠପଢାରେ ହୁଅନ୍ତି ଗୁରୁ,
କେତେ ବେଳେ ସେ ସାଜନ୍ତି ସାଙ୍ଗ
ତ କେତେବେଳେ ସିଏ ବାପା କଠୋର।
କେତେବେଳେ କଠିଣ ପାଷାଣ,
ତ କେବେ ନମନୀୟ ଲବଣୀ,
ବାପାଙ୍କ ସ୍ଥାନ ଜୀବନରେ
କିଏ ନେଇପାରିବେନି
ଆହେ ଜଗନ୍ନାଥ,
ତୁମ ପାଖେ ମୁଁ ନତ,
ମୋ ବାପା ଙ୍କୁ ରଖ ଖୁସିରେ,
ସବୁଦିନ ରହେ ମୁଁ ତାଙ୍କରି ଛାୟାରେ।